Pratidin TV

Odisha's Digital News Platform

ହଠାତ ମାଡି ଆସିଲା କଳାଅନ୍ଧାର , ଅପରାହ୍ନରେ ରାଜଧାନୀ ହୋଇଗଲା ରାତି ..

1 min read

ସବୁକିଛି ଠିକ ଥିଲା । ହେଲେ ହଠାତ ଅପରାହ୍ନରେ ରାଜଧାନୀରେ ବଦଳିଗଲା ପାଗ ଘୋଟି ଆସିଲା ଅନ୍ଧାର । ଆକାଶରୁ ଖସିଲା ଘଡଘଡି ସହ ବିଜୁଳି । ଏବେ ଯାହାକୁ ଦେଖି ଆତଙ୍କିତ ହୋଇଯାଇଛନ୍ତି ରାଜଧାନୀ ବାସୀ । କାରଣ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ମିଆଁମାରର ଦକ୍ଷିଣ ଉପକୂଳ ସଂଲଗ୍ନ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଏବେ ପଶ୍ଚିମ-ଉତ୍ତର ଦିଗରେ ଗତି କରୁଛି। ବଙ୍ଗୋପସାଗର ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଆରମ୍ଭ ହୋଇଯାଇଛି। ବିଶେଷ କରି ଟ୍ୱିନ୍ ସିଟି କଟକ ଓ ଭୁବନେଶ୍ୱରରେ ପ୍ରବଳ ମାତ୍ରାରେ ବର୍ଷା ଲାଗି ରହିଛି।

ବର୍ଷାକୁ ଆଖି ଆଗରେ ରଖି ତିନି ଘଣ୍ଟା ପାଇଁ ସତର୍କତା ଜାରି କରିଛି ପାଣିପାଗ ବିଭାଗ। ଆଜି କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ ବାଲେଶ୍ୱର, ଭଦ୍ରକ, କେନ୍ଦୁଝର, ମୟୂରଭଞ୍ଜ, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରିରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ତରଫରୁ ପୂର୍ବାନୁମାନ କରାଯାଇଥିବା ବେଳେ ଅପରାହ୍ଣରେ କଳାହାଣ୍ଡିଆ ମେଘ ସହ ପବନ ବହିବାରେ ଲାଗିଛି।ହଠାତ ଅପରାହ୍ନରୁ କଳାହାଣ୍ଡିଆ ମେଘ ମାଡିଆସିବାରୁ ସନ୍ଧ୍ୟାର ଭ୍ରମ ସୃଷ୍ଟି କରିଛି। ଭୁବନେଶ୍ବର କିଛି କିଛି ସ୍ଥାନରେ ବର୍ଷା ମଧ୍ୟ ଆରମ୍ଭ ହୋଇଯାଇଥିବା ଜଣାପଡିଛି।

Advertisement

Leave a Reply

Your email address will not be published. Required fields are marked *