Pratidin TV

Odisha's Digital News Platform

ଆଜି ପ୍ରବଳ ବର୍ଷା ସମ୍ଭାବନା; ୧୧ ଜିଲ୍ଲାକୁ ଆଲର୍ଟ ଜାରି, ଏହି ଜିଲ୍ଲାରେ ଛେଚିବ

ଆଜି ରାଜ୍ୟରେ ହେବ ପ୍ରବଳ ବର୍ଷା | ୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ | ଆଗାମୀ ୨୪ ଘଣ୍ଟା ମଧ୍ୟରେ ପଶ୍ଚିମ ଦିଗକୁ ଗତି କରି ଝାଡ଼ଖଣ୍ଡ, ଓ ଛତିଶଗଡ଼ ଆଡକୁ ମୁହାଁଇବ ସୃଷ୍ଟି ହୋଇଥିବା ଗଭୀର ଅବପାତ | ତେବେ ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଆକଳନ ଅନୁଯାୟୀ, ସୁନ୍ଦରଗଡ ଓ ଝାରସୁଗୁଡା ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି | ୭ ରୁ ୨0 ସେମି ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ ଏନେଇ ଏହି ୨ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି |

ସେହିପରି ୧୧ ଟି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ | ଏହି ଜିଲ୍ଲା ଗୁଡିକ ହେଲା ଦେବଗଡ଼, କେନ୍ଦୁଝର, ସମ୍ବଲପୁର, ସୋନପୁର, ବରଗଡ଼, ବୌଦ୍ଧ, ଖୋର୍ଦ୍ଧା, ଜଗତିସିଂପୁର, କଟକ, ଝାରସୁଗୁଡା, ଢେଙ୍କାନାଳ, କେନ୍ଦ୍ରାପଡା ଓ ଅନୁଗୁଳରେ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି । ୧୭ ତାରିଖରୁ ବର୍ଷାର ପରିମାଣ କମିବ ।

ତେବେ ଅନ୍ୟପଟେ ଆଜି ବିଶ୍ୱକର୍ମା ପୂଜା ଥିବା ଯୋଗୁଁ ରାସ୍ତା ସାରା ଜଳ ପ୍ରବାହ ଦେଖିବାକୁ ମିଳୁଛି | ଏପରିକି ଯାତାୟାତ ଏକ ପ୍ରକାର ବାଧାପ୍ରାପ୍ତ ହୋଇଥିବା ବେଳେ ବିଭିନ୍ନ ସଂସା ମଧ୍ୟ ଉପୁଜୁଛି | ସେହିପରି ଲଘୁଚାପ ଜନିତ ଲଗାଣ ବର୍ଷା ପରେ ଏବେ ରାସ୍ତାରେ ପାଣି ଭର୍ତ୍ତି | ଆଜି ବିପଦ ସଂକେତ ଉପରେ ପ୍ରଭାବିତ ହେଉଛି ଜଳସ୍ତର | ଫଳରେ ନଦୀକୁଳିଆଙ୍କୁ ଘାରିଛି ବନ୍ୟା ଆଶଙ୍କା |

Leave a Reply

Your email address will not be published. Required fields are marked *