Pratidin TV

Odisha's Digital News Platform

ଦକ୍ଷିଣ ଭାରତରେ ବର୍ଷା ବିତ୍ପାତ ଶୁଭୁଛି ବିକଳ ଚିତ୍କାର, ଗଲାଣି ୩୦ ଜୀବନ

1 min read

ଜଳମଗ୍ନ ସାରା ଅଞ୍ଚଳ | ଚାରିଆଡେ ଶୁଭୁଚି ବିକଳ ଚିତ୍କାର | ପ୍ରବଳ ବନ୍ୟା ଯୋଗୁଁ ଅନେକ ସ୍ଥାନ ଜଳମଗ୍ନ | ଏହାଫଳରେ ବର୍ତ୍ତମାନ ସୁଦ୍ଧା ୩0ରୁ ଉର୍ଦ୍ଧ୍ବ ମୃତଦେହ ଉଦ୍ଧାର ହେବା ଫଳରେ ଆକ୍ସନ ମୋଡ଼ରେ ଏବେ ପ୍ରଶାସନ | ଯେତିକି ସମୟ ଗଡୁଛି ସେତିକି ତେଲେଙ୍ଗାନା ସହ ଆନ୍ଧ୍ରପ୍ରଦେଶ ଅଞ୍ଚଳରେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି | ବନ୍ୟା ଓ ବର୍ଷା ଫଳରେ ଫସିଥିବା ହଜାର ହଜାର ଲୋକଙ୍କୁ ଜାତୀୟ ଓ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ଦଳ ଦ୍ୱାରା ଉଦ୍ଧାର କରି ରିଲିଫ ଶିବିରରେ ରଖାଯାଇଛି |

ଉଭୟ ରାଜ୍ୟରେ ଟ୍ରେନ ସେବା ବାତିଲ କରାଯାଇଥିବା ବେଳେ ଅନେକ ଟ୍ରେନର ଦିଗ ପରିବର୍ତ୍ତନ କରାଯାଇଛି | ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରାବାବୁ ନାଇଡୁ ଏବଂ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କ ସହ କଥା ହୋଇଛନ୍ତି | IMD ପକ୍ଷରୁ ଆଦିଲାବାଦ, ନିଜାମାବାଦ, ରାଜାନ୍ନା ସିର୍ସିଲିଆ, ୟାଡାରି ଭୁବନଗିରି, ଭିକାରାବାଦ, ସାଙ୍ଗାରେଡ୍ଡି, କାମାରେଡ୍ଡି ଓ ମେହବୁବନଗର ଜିଲାକୁ ରେଡ୍‌ ଆଲର୍ଟ ଜାରି କରାଯାଇଛି।

Advertisement

ତେବେ ବିଜୟୱାଡାର ବନ୍ୟା ପ୍ରଭାବିତ ଅଞ୍ଚଳରେ ଭାରତୀୟ ବାୟୁସେନା ପକ୍ଷରୁ ରିଲିଫ ଅଭିଯାନ ଆରମ୍ଭ କରାଯାଇଛି | ପାଣି ଘେରରେ ରହିଥିବା ଲୋକମାନଙ୍କୁ ରିଲିଫ ବଣ୍ଟାଯାଉଛି | NDRF, SDRF ସମେତ ଅନ୍ୟାନ୍ୟ ଟିମ୍ ଲୋକଙ୍କୁ ପାଣି ଭିତରୁ ବାହାର କରିବାକୁ ଲାଗିଛନ୍ତି।

Leave a Reply

Your email address will not be published. Required fields are marked *