Pratidin TV

Odisha's Digital News Platform

ବର୍ଷାରେ ବେହାଲ ହେବ ଓଡିଶା ; ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଆଉ ଏକ ଲଘୁଚାପ….

1 min read

ଭୁବନେଶ୍ୱର : ଆଜି ସକାଳୁ ରାଜ୍ୟରେ ଲାଗିରହିଛି ଲଘୁଚାପ୍ ବର୍ଷା । ତୁହାକୁ ତୁହା ବିଭିନ୍ନ ଜିଲ୍ଲାରେ ବର୍ଷା । ଆଜି ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଆସନ୍ତା ୨୫ ତାରିଖ ସକାଳ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଆସନ୍ତା ୨୪ ତାରିଖ ବେଳକୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ପାର୍ଶ୍ଵବର୍ତ୍ତୀ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ।

ଏନେଇ ରାଜ୍ୟବାସୀଙ୍କୁ ଆଗୁଆ ସତର୍କ କରାଇଛି ପାଣିପାଗ ବିଭାଗ । ପ୍ରବଳ ବର୍ଷା ନେଇ ୨୨ ଓ ୨୩ ତାରିଖରେ ୭ ଜିଲ୍ଲାକୁ ୟେଲୋ ଚେତାବନୀ ଦିଆଯାଇଛି । ସେହିପରି ୨୩ ଓ ୨୪ ତାରିଖରେ ୧୨ ଜିଲ୍ଲାରେ ଓ ୨୪, ୨୫ ତାରିଖରେ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ବିଭାଗ ।

Leave a Reply

Your email address will not be published. Required fields are marked *