Pratidin TV

Odisha's Digital News Platform

ଗଣେଶ ପୂଜାରେ ଭିଜିବ ଓଡିଶା, ଫିକା ପଡିବ ପୂଜା ମାହୋଲ..

ବର୍ଷାରେ ଭିଜିବ ଏଥର ପୂଜା ବଜାର । ଫିକା ପଡ଼ିବ ପାର୍ବଣ।ରାଜ୍ୟରେ ଗଣେଶ ପୂଜାକୁ ନେଇ ଚାରିଆଡେ ଉତ୍ସାହର ମାହୋଲ ଥିବା ବେଳେ ବର୍ଷା ପାଇଁ ଫିକା ପଡିପାରେ ଗଣେଶ ପୂଜା । କାରଣ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେଲା ଆଉ ଏକ ଲଘୁଚାପ । ଗତକାଲି (ବୁଧବାର) ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆଜି ଲଘୁଚାପ ରୂପ ନେଇଛି । ପ୍ରଭାବରେ ଆଜିଠାରୁ ରାଜ୍ୟରେ ବଢିବ ବର୍ଷା ପରିମାଣ । ଗଣେଶ ପୂଜାରେ ଭିଜିବ ଉପକୂଳ ଓଡ଼ିଶା । ଲଘୁଚାପ ପ୍ରଭାବରେ ଆଜିଠୁ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି । ୯ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ବଜ୍ରପାତ ନେଇ ସତର୍କତା ଜାରି କରିଛି ପାଣିପାଗ ବିଭାଗ ।

ଆଜିଠୁ ଘଡଘଡି ବିଜୁଳି ସହ ବର୍ଷା ନେଇ ୧୮ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଭୁବନେଶ୍ବର ପାଣିପାଗ ବିଭାଗ । ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, ନୂଆପଡା ଏବଂ ବଲାଙ୍ଗିରକୁ ସତର୍କତା ଜାରି ହୋଇଛି । ସେହିପରି ୬ ତାରିଖରେ ଦକ୍ଷିଣ ଉପକୂଳରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ୧୨ଟି ଜିଲ୍ଲାକୁ ବଜ୍ରପାତ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଗଣେଶ ପୂଜାରେ ପ୍ରବଳ ବର୍ଷା ନେଇ ୯ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଥିବା ବେଳେ ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ନୟାଗଡ, ଅନୁଗୋଳ ଏବଂ ଢେଙ୍କାନାଳକୁ ମଧ୍ୟ ସତର୍କ ସୂଚନା ଜାରି ହୋଇଛି ।

Leave a Reply

Your email address will not be published. Required fields are marked *