Pratidin TV

Odisha's Digital News Platform

ସରିଲାନି ଡ୍ରେନିଂ କାମ : ଲଗାଣ ବର୍ଷାରେ ବେହାଲ୍ ଅନୁଗୁଳ, ଜନ ଜୀବନ ଅସ୍ତବ୍ୟସ୍ତ

ଅନୁଗୁଳ : ଅନୁଗୋଳ ସହରରେ ଗତ କାଲି ରାତିଠାରୁ ଆଜି ଦିନ ସାରା ଲଗାଣ ବର୍ଷା ଯୋଗୁଁ ତାପମାତ୍ରା ଢେର୍ କମିଛି ସତ କିନ୍ତୁ ଅନୁଗୋଳ ଟାଉନର ସ୍ଥିତି ବର୍ଷା ଯୋଗୁ ବେହାଲ ହୋଇପଡିଛି । ଅନେକ ତଳିଆ ବସ୍ତିରେ ପାଣି ପଶି ଯାଇଛି।

ବିଶେଷକରି ଭାରତ ନଗର, ବ୍ରାହ୍ମଣୀଦେଇପଡ଼ା, ବଣିଆବାହାଳ ଓ ଅନ୍ୟ କେତେକ ବସ୍ତିରେ ରାସ୍ତା ଓ ଡ୍ରେନ୍ ପାଣି ଘରେ ପଶି ଯାଇଥିଲା।ଖରା ଦିନ ପୂର୍ବରୁ ଡ୍ରେନ ସଫେଇ ଓ ମରାମତି କାମ ସରି ନ ପାରିବାରୁ ଏଭଳି ଦୁରାବସ୍ଥା ଦେଖା ଦେଇଛି।ସେହିପରି ତୁରଙ୍ଗ ଅଞ୍ଚଳ ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥ ଉପରେ ୪ ଫୁଟ ଉଚ୍ଚତା ବର୍ଷା ପାଣି ଯାଉଥିବାରୁ ଯାତାୟାତରେ ବାଧା ପ୍ରାପ୍ତ ହୋଇଥିଲା। ଶଙ୍କର ସିନେମା ରୋଡ ରେ ବି ମଧ୍ୟ ଏହି ଭଳି ଦୁର୍ଦ୍ଦଶା ଦେଖିବାକୁ ମିଳିଥିଲା। ଏହାଦ୍ବାରା ସାଧାରଣ ଜୀବନଯାତ୍ରା ବାଧପ୍ରାପ୍ତ ହୋଇଛି।

ସହରର ମୁଖ୍ୟ ଡ୍ରେନ ଓ ଶାଖା ଡ୍ରେନ ଗୁଡ଼ିକୁ ଯୁଦ୍ଧ କାଳୀନ ଭିତ୍ତିରେ ସଫେଇ କରିବାକୁ ସାଧାରଣରେ ଦାବି ହେଉଛି। କିନ୍ତୁ ପ୍ରଶାସନର ଢିଲା କାମ ଯୋଗୁ ଏଭଳି ସ୍ଥିତି ଦେଖାଦେଇଛି । ଏବେ ଦେଖିବା ବାକି ରହିଲା ଯେ କେତେଶୀଘ୍ର ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉଛି ।

Leave a Reply

Your email address will not be published. Required fields are marked *