Pratidin TV

Odisha's Digital News Platform

ଉତ୍ତର ଓଡିଶାରେ ଲଘୁଚାପ ସୃଷ୍ଟି : ଆସୁଛି ଆହୁରି ୨ ଟି ଲଘୁଚାପ

1 min read

ଭୁବନେଶ୍ୱର : ଉତ୍ତର ଓଡିଶା ଓ ସଂଲଗ୍ନ ଅଚଂଳରେ ଲଘୁଚାପ ସୃଷ୍ଟି ହୋଇଛି ।ଏହା ପ୍ରଭାବରେ ରାଜ୍ୟର ପ୍ରବଳ ବାର୍ଷା ହେବାସହ ଆଗକୁ ଆହୁରି ୨ ଟି ଲଘୁଚାପ ହେବ ବୋଲି ପୂର୍ବାନୁମାନ କରିଛନ୍ତି ବିଶିଷ୍ଟ ପାଣିପାଗ ବିଶେଷଜ୍ଞ ପ୍ରଫେସର ଡା.ସୁରେନ୍ଦ୍ରନାଥ ପଶୁପାଳ । ଏହା ପ୍ରଭାବରେ ଆଶନ୍ତା ୯ ଓ ୧୩ ତାରିଖରେ ଦୁଇଟି ଲଘୁଚାପ ସୃଷ୍ଟି ହେବା ସହ ୧୫ ତାରିଖ ଯାଏ ଲାଗିରହିବ ବର୍ଷା । ୧୦ ଓ ୧୪ ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ର ଆଶଙ୍କା ରହିଛି । ଓଟିଶା ସଂଲଗ୍ନ ବଙ୍ଗୋପସାଗର ରେ ୯ ତାରିଖରେ ଏକ ଲଘୁଚାପ ସୃଷ୍ଟି ହେବ । ମୌସୁମୀ ସକ୍ରିୟ ଥିବା ଓ ସମୁଦ୍ରରେ ଲଘୁଚାପ ପ୍ରଭାବରେ ଏହା ଅଧିକ ବର୍ଷା କରାଇବ । ୮ଓ ୧୦ ତାରିଖ ଭିତରେ ପ୍ରବଳ ବର୍ଷା ହେବ । ଏହି ଲଘୁଚାପ ପ୍ରଭାବରେ ସାରା ରାଜୟରେ ବର୍ଷା ହେବ । ୧୦ ରେ ଅତି ପ୍ରବଳ ବର୍ଷାର ଆଶଙ୍କା । ତେବେ ଉତ୍ତର ଓଟିଶାରେ ହୋର ପ୍ରଭାବ କମ ରହିବ ।


୧୩ ରାଜ୍ୟରେ ଆଉ ଏକ ଲଘୁଚାପ ହେବ । ଏହା ଦକ୍ଷିଣ ଆଡକୁ ଢଳି ରହିବ । ଏଥିପାଇଁ ଦକ୍ଷିଣ ଓଡିଶାରେ କୋରାପୁଟ ,ମାଲକାନାଗିରି,ଗଜପାତି,ରାୟଗଡ ଓ ଗଞାମ ଜିଲ୍ଲାକୁ ଅଧିକ ବର୍ଷା ହେବ ।୧୪ ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ରହିବ । ଆସନ୍ତା ୧୦ ଦିନ ଭିତରେ ଦକ୍ଷିଣ ଓଡିଶାରେ ୧୮୦ ମିଲିମିଟର , ଉତ୍ତର ଓଡିଶାରେ ୮୦ ମିମି ଓ ରାଜଦାନୀ ସମେତ ବାକି ଜିଲ୍ଲାରେ ୧୩୦ ମିମି ବର୍ଷା ହେବାର ସମ୍ଭାବନା ଅଛି ବୋଲି ପ୍ରଫେଶର ପଶୁପାଳ କହିଛନ୍ତି ।ତେବେ ଚାଷୀଙ୍କୁ ପରମର୍ଶ ଦେଇ ସେ କହିଛନ୍ତି ଅଧିକ ବର୍ଷା ସମ୍ଭାବନା ଥିବାରୁ ଜମିରୁ ପାଣି ନିଷ୍କାସନ ବ୍ୟବସ୍ଥା କରନ୍ତୁ ।ଧାନ ତଳି ୧୫ ଦିନ ହୋଇଥିଲେ ଏହାକୁ ଲଗାଇ ପାରିବେ । ଜୁଲାଇ ଦ୍ୱିତୀୟ ସପ୍ତାହରେ ମକା ଲଗାଇ ପାରିବେ ।ଅଣଧାନ ଫସଲ ଲଗାଇ ପାରିବେ ।ଆଗରୁ ବୁଣାଧାନ ଲଗାଇଥିଲେ ଏହାର ବେଉଷଣ ପାଇଁ ବ୍ୟବସ୍ଥା କରନ୍ତୁ ବୋଲି ସେ କହିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *