Pratidin TV

Odisha's Digital News Platform

ସିକ୍କିମରେ ପ୍ରବଳ ବର୍ଷା , ଗଲାଣି ୬ ଜୀବନ ..

ସିକ୍କିମରେ ପ୍ରବଳ ବର୍ଷା ସ୍ଥିତି ଅସମ୍ଭାଳ ହୋଇପଡିଲାଣି। ଯାହାଫଳରେ ୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫୦୦ ପର୍ଯ୍ୟଟକ ଫସି ରହିଥିବା ସୂଚନା ମିଳିଛି। ସିକ୍କିମରେ କେତେକ ଅଞ୍ଚଳରେ ପ୍ରବଳ ବର୍ଷା ଲାଗି ରହିଛି। ଯେଉଁଥିପାଇଁ ପରିସ୍ଥିତି ଖରାପ ରହିଛି। ପାହାଡିଆ ଅଞ୍ଚଳରେ ପାଣି ଅଧିକ ହେଲେ ଭୂସ୍ଖଳନ ହେବାର ସମ୍ଭାବନା ରହିଛି।

ପ୍ରବଳ ବର୍ଷା କାରଣରୁ ଉତ୍ତର ସିକ୍କିମ ଅଞ୍ଚଳ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି। ଫଳରେ ପର୍ଯ୍ୟଟକମାନେ ଫସି ରହିଛନ୍ତି। ପ୍ରଶାସନ ପକ୍ଷରୁ ଅନେକ ହ୍ରଦ ଉପରେ ସାଟେଲାଇଟ ଜରିଆରେ ନଜର ରଖାଯାଇଛି।

Leave a Reply

Your email address will not be published. Required fields are marked *