Pratidin TV

Odisha's Digital News Platform

ଅଗଷ୍ଟ ୬ରୁ ରାଜ୍ୟରେ ପୁଣି ବର୍ଷା

ଭୁବନେଶ୍ୱର : ରାଜ୍ୟରେ ଚଳିତ ମାସ ଲଗାଣ ବର୍ଷା ଦେଖାଦେଇଥିବା ବେଳେ ,ଗତ ଦୁଇ ତିନି ଦିନଧରି ତାପମାତ୍ରା ବୃଦ୍ଧି ପାଇବା ସହ ରାଜ୍ୟରେ ଖରାଟିଆପାଗ ଦେଖାଦେଇଛି । ତେବେ ଅଗଷ୍ଟ ୬ରୁ ରାଜ୍ୟରେ ପୁଣିଥରେ ଆରମ୍ଭ ହୋଇଯିବ ବର୍ଷା । ଆଞ୍ଚଳିକ ପାଣିପାଗ ବିଭାଗର ସୁଚନା ଅନୁଯାୟୀ ଆଗକୁ ବଙ୍ଗୋପସାଗରରେ ସୃଷ୍ଟିହେବାକୁ ଯାଉଥିବା ଲଘୁଚାପ ପ୍ରଭାବରେ ୬ ରୁ ୯ ତାରିଖ ପର୍ଯ୍ୟାନ୍ତ ଓଡିଶାର ଅନେକ ଜିଲ୍ଲାରେ ବର୍ଷା ଜାରି ରହିବ ।


ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳଙ୍କ କହିବା ଅନୁଯାୟୀ ପୁରୀ,ମାଲକାନାଗିରି,ବୌଦ୍ଧ,ଖୋର୍ଦ୍ଧା,କନ୍ଧମାଳ ଓ ଜଗତସିଂପୁର ଜିଜିଲ୍ଲାରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ଦେଖାଦେବ । ଏହାସହ ସୁନ୍ଦରଗଡ,ସମ୍ବଲପୁର ଓ ବଲାଙ୍ଗୀର ଆଦି ଜିଲ୍ଲାରେ କମ ପରିମାଣରେ ବର୍ଷା ଦେଖାଯିବ । ସେହିପରି ଅଗଷ୍ଟ ୫ ଯାଏ ରାଜ୍ୟରେ ଦିନବେଳା ପାଗ ଖରାଟିଆ ରହିବା ସହ ଅନେକ ଅଞ୍ଚଳରେ ଉପରବେଳା ବଜ୍ରପାତ ସହ ଆଂଶିକ ବର୍ଷା ଦେଖାଦେବାର ସମ୍ଭାବନା ରହିଛି ।

Leave a Reply

Your email address will not be published. Required fields are marked *