Pratidin TV

Odisha's Digital News Platform

୩ ଦିନ ଧରି ଲଗାଣ ବର୍ଷା, ମାୟନଗରୀ ମୁମ୍ବାଇରେ ସୃଷ୍ଟି ହେଲା ବନ୍ୟା ସ୍ଥିତି

1 min read

ପ୍ରବଳ ବର୍ଷାରେ ମୁମ୍ବାଇରେ ଏବେ ହାଇଆର୍ଲଟ | ଘରେ ପଶିଲା ପାଣି| ଉଚ୍ଚ ଜୁଆର ଉଠିବା ନେଇ ପଡୁଛି ଆଶଙ୍କା | ମୌସୁମୀ କାରଣରୁ ଦେଶର ବହୁ ରାଜ୍ୟରେ ଲଗାତାର ବର୍ଷା ଜାରି ରହିଛି | ମୁମ୍ବାଇରେ ପ୍ରବଳ ବର୍ଷା ଯୋଗୁଁ ସହରର ଅନେକ ସ୍ଥାନରେ ଜଳବନ୍ଦୀ ଅବସ୍ଥା ଦେଖିବାକୁ ମିଳୁଛି | ବର୍ଷା କାରଣରୁ ବହୁ ଲୋକଙ୍କ ଘରେ ପାଣି ପଶିଯିବାର ଦେଖିବାକୁ ମିଳିଛି | ମୁମ୍ବାଇରେ ୨0 ୨୧ ଜୁଲାଇ ମଧ୍ୟରେ ମଧ୍ୟମରୁ ପ୍ରବଳ ଧାରଣା ବର୍ଷା ରହିଛି |

ସୂଚନା ଅନୁଯାୟୀ, ଗତ ୩ ଦିନ ଧରି ମୁମ୍ବାଇରେ ଲଗାଣ ବର୍ଷା ଯୋଗୁ ସହରର ବହୁ ଅଞ୍ଚଳରେ ଜଳମଗ୍ନ ସ୍ଥିତି ଦେଖାଯାଇଛି। ମୁମ୍ବାଇ ଓ ଏହାର ଆଖପାଖ ସହର ଯଥା ପୁଣେ, ଠାଣେ ଓ ପାଲଘରକୁ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ମହାରାଷ୍ଟ୍ର ରାଜ୍ୟ ପାଣିପାଗ ବିଭାଗ ଅରେଞ୍ଜ ଓ୍ବାର୍ନିଂ ଜାରି କରିଛି। ଶୁକ୍ରବାର ମଧ୍ୟ ମୁମ୍ବାଇରେ ହାରାହାରି ୭୮ ମିମି ବର୍ଷା ରେକର୍ଡ ହୋଇଥିବାବେଳେ ପୂର୍ବ ଓ ପଶ୍ଚିମ ମୁମ୍ବାଇରେ ଯଥାକ୍ରମେ ୫୭ ଓ ୬୭ ମିମି ବର୍ଷା ରେକର୍ଡ ହୋଇଛି।

Advertisement

ସହରରେ ଯାତ୍ରୀମାନଙ୍କ ପେଣ୍ଠସ୍ଥଳୀ କୁହାଯାଉଥିବା ଅନ୍ଧେରୀ ଓ ମାଲାଦ୍‌ ଭୂତଳ ମାର୍ଗରେ ପାଣି ଜମିଯିବାରୁ ସତର୍କତା ଦୃଷ୍ଟିରୁ ଏହାକୁ ବନ୍ଦ କରାଯାଇଛି। ସେହିପରି କେତେକ ପ୍ରମୁଖ ରାସ୍ତା ଓ ରେଳ ଟ୍ରାକରେ ପାଣି ଜମା ହୋଇଯିବାରୁ ମୁମ୍ବାଇର ସାଧାରଣ ପରିବହନ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଛି। ଶନିବାର ଲଗାଣ ବର୍ଷା ଯୋଗୁ ମୁମ୍ବାଇର ସ୍ଥାନୀୟ ଟ୍ରେନ୍‌ଗୁଡ଼ିକ ୧୫ରୁ ୨୦ ମିନିଟ୍‌ ବିଳମ୍ବରେ ଯାତାୟାତ କରୁଛି।

Leave a Reply

Your email address will not be published. Required fields are marked *