Pratidin TV

Odisha's Digital News Platform

ରାଜଧାନୀ ଦିଲ୍ଲୀରେ ପ୍ରବଳ ବର୍ଷା; ରାସ୍ତାରେ ଜମିଲା ପାଣି

1 min read

ଦେଶର ରାଜଧାନୀ ଦିଲ୍ଲୀର ନୋଏଡ଼ା ଏବଂ ଏହାର ଆଖପାଖ ଅଞ୍ଚଳରେ ଆଜି ସକାଳୁ ସକାଳୁ ପ୍ରବଳ ବର୍ଷା ହୋଇଛି । ଦିଲ୍ଲୀ ଏନ୍‌ସିଆରର ବାସିନ୍ଦା ଗରମରୁ କିଛିଟା ଆରାମ ପାଇଛନ୍ତି । ବର୍ଷା ସହିତ ଉକ୍ତ ଅଞ୍ଚଳରେ ଥଣ୍ଡା ପବନ ମଧ୍ୟ ହୋଇଛି । କିଛି ସ୍ଥାନରେ ରାଜରାସ୍ତାରେ ବର୍ଷା ପାଣି ଜମି ରହିବା ଫଳରେ ଯାନବାହନ ଯିବା ଆସିବାରେ ଅସୁବିଧା ହେଉଥିବା ଜଣାପଡ଼ିଛି।

ଜନପଥ, ଆଇଟିଓ, ମିଣ୍ଟୋ ରୋଡ୍, ଆଶ୍ରମ, ଆନନ୍ଦ ବିହାର, ମୟୂର ବିହାର, ନୋଏଡା ଏବଂ ଫରିଦାବାଦର ଅନେକ ସ୍ଥାନରେ ସକାଳେ ବର୍ଷା ହୋଇଛି। ବାରାପୁଲ୍ଲା ଫ୍ଲାଏଓଭର ସମେତ କିଛି ଅଞ୍ଚଳରେ ପାଣି ଜମା ହୋଇଥିବା ଜଣାଯାଇଛି। ସହରରେ ମେଘୁଆ ଆକାଶ ସହିତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭାରତ ପାଣିପାଗ ବିଭାଗ (ଆଇଏମଡି) ପୂର୍ବାନୁମାନ କରିଛି।

Advertisement

ସୂଚନା ଅନୁଯାୟୀ, ପାଣିପାଗ ବିଭାଗ ରାଜଧାନୀରେ ବର୍ଷା ହେବା ନେଇ ଚେତାବନୀ ଜାରି କରିଥିଲା । ଆସନ୍ତା କିଛି ଘଣ୍ଟା ମଧ୍ୟରେ ହାଲୁକା ବଜ୍ରପାତ ଏବଂ ବଜ୍ରପାତ ସହିତ ହାଲୁକା ମଧ୍ୟମ ଧରଣର ବର୍ଷା ଉତ୍ତର ଦିଲ୍ଲୀ, ଉତ୍ତର-ପୂର୍ବ ଦିଲ୍ଲୀ, ମଧ୍ୟ ଦିଲ୍ଲୀ, ନୂଆ ଦିଲ୍ଲୀ, ଦକ୍ଷିଣ ଦିଲ୍ଲୀ, ଦକ୍ଷିଣ ପୂର୍ବ ଦିଲ୍ଲୀ, ପୂର୍ବ ଦିଲ୍ଲୀ, ଏନ୍‌ସିଆର ଗାଜିଆବାଦ, ନୋଏଡା, ଦାଦରା, ଗ୍ରେଟର ନୋଏଡା ଆଦି ସ୍ଥାନରେ ବର୍ଷା ନେଇ ସମ୍ଭାବନା ଥିବା ପାଣିପାଗ ବିଭାଗ କହିଥିଲା ।

Leave a Reply

Your email address will not be published. Required fields are marked *