Pratidin TV

Odisha's Digital News Platform

ପ୍ରବଳ ବର୍ଷାରେ ବେହାଲ ମାୟାନଗରୀ ମୁମ୍ବାଇ,ଜାରି ହେଲା ରେଡ ଆଲର୍ଟ, ଘରେ ରହିବାକୁ ପରାମର୍ଶ

1 min read

ପ୍ରବଳ ବର୍ଷାରେ ବେହାଲ ମାୟାନଗରୀ ମୁମ୍ୱାଇ । ଲଗାଣ ବର୍ଷା ଜାରି ରହିଥିବା ବେଳେ ବହୁ ଅଞ୍ଚଳ ଜଳମଗ୍ନ ହୋଇଛି । ରାସ୍ତାରେ ବନ୍ୟା ପାଣି ପ୍ରବାହିତ ହେଉଥିବା ବେଳେ ଜଳବନ୍ଦି ଜୀବନ ବିତାଉଛନ୍ତି ଲୋକେ । ବିଶେଷ କରି ଗଡଚିରୋଲି, ପୁନେ, ଥାନେ, ବିଡ୍ ଅଞ୍ଚଳ ପ୍ରଭାବିତ ହୋଇଛି । ରାସ୍ତା ଉପରେ କୃତ୍ରିମ ବନ୍ୟା ସୃଷ୍ଟି ହୋଇଛି । କିଛି ତଳିଆ ଅଞ୍ଚଳ ରାସ୍ତା ପାଣିରେ ବୁଡି ଯିବା ପରେ ଗାଡି ମୋଟର ଫସି ରହିଛି ।

ଅବିଶ୍ରାନ୍ତ ବର୍ଷା ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇ ସହ ପଡ଼ୋଶୀ ପୁଣେର ସ୍ଥିତି ବେହାଲ କରିଛି। ପୁନେ ଲଗାଣ ବର୍ଷା ଯୋଗୁ ୬ ଜଣଙ୍କ ମୃତ୍ୟୁ ମଧ୍ୟ ହୋଇ ସାରିଲାଣି। ମୁମ୍ବାଇ ସ୍ଥିତି ମଧ୍ୟ ଠିକ ନାହିଁ। ମୁମ୍ବାଇ ପୁଲିସ୍‌ ପକ୍ଷରୁ ଏକ୍ସରେ କୁହାଯାଇଛି ଯେ ଭାରତୀୟ ପାଣିପାଗ ବିଭାଗ ଆସନ୍ତାକାଲି ସକାଳ ୮.୩୦ ଯାଏ ମୁମ୍ବାଇ ପାଇଁ ରେଡ ଆଲର୍ଟ ଜାରି କରିଛି। ତେଣୁ ମୁମ୍ବାଇବାସୀଙ୍କୁ ଅନୁରୋଧ ଅତି ଜରୁରୀ ନଥିଲେ, ସେମାନେ ଘରୁ ବାହାରନ୍ତୁ ନାହିଁ। ଜରୁରୀ ପରିସ୍ଥିତିରେ ମୁମ୍ବାଇବାସୀ ୧୦୦ ଓ ୧୧୨କୁ ଡାଏଲ କରି ସୂଚନା ଦେଇପାରିବେ।

ପୁନେ, ନୋଲାବାଲା ଅଞ୍ଚଳରେ ରେକର୍ଡ ପରିମାଣରେ ବର୍ଷା ହୋଇଛି । ବନ୍ୟା ସ୍ଥିତି ପାଇଁ ପାଲଘର ଜିଲ୍ଲାରେ ସ୍କୁଲ-କଲେଜ ଛୁଟି ଘୋଷଣା କରାଯାଇଛି । ଏହାଛଡ଼ା ଆଗାମୀ ଦୁଇ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ନେଇ ଆକଳନ କରିଛି ପାଣିପାଗ ବିଭାଗ । ସେପଟେ ଲଗାଣ ବର୍ଷା ଯୋଗୁଁ ସହର ମଧ୍ୟରେ ଟ୍ରାଫିକ୍ ସମସ୍ୟା ଉପୁଜିଛି ।

ଗତ ୨୪ ଘଣ୍ଟା ମଧ୍ୟରେ ମୁମ୍ବାଇରେ ୫୦ ମିମିରୁ ଅଧିକ ବର୍ଷା ରେକର୍ଡ କରାଯାଇଛି। ମୁମ୍ବାଇର ଉପକଣ୍ଠ ଅଞ୍ଚଳଗୁଡ଼ିକରେ ମଧ୍ୟ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଛି।

Leave a Reply

Your email address will not be published. Required fields are marked *