Pratidin TV

Odisha's Digital News Platform

ପ୍ରବଳ ବର୍ଷାରେ ବେହାଲ ଭଦ୍ରକ : ଲୋକନାଥଙ୍କ ଗର୍ଭଗୃହରେ ପଶିଲା ପାଣି….

1 min read

ଭଦ୍ରକ : ଲଘୁଚାପ ଜନିତ ପ୍ରବଳ ବର୍ଷାରେ ବେହାଲ ଭଦ୍ରକ । ଗାଁଠୁ ସହର ସବୁଠି ଖାଲି ପାଣି ଆଉ ପାଣି । ଲଗାଣ ବର୍ଷାରେ ସବୁଠାରୁ ଅଧିକ କ୍ଷତ୍ରିଗ୍ରସ୍ଥ ହୋଇଛି ଭଦ୍ରକ ସହର । ଭଦ୍ରକ ସହରରେ ଡ୍ରେନେଜ ବ୍ୟବସ୍ଥା ନକହିବା ଭଲ ଯାହାର ପରିଣାମ ଆଜି ସହର ବାସିନ୍ଦାଙ୍କୁ ଭୋଗିବାକୁ ପଡୁଛି ।

ସହରର ଅନେକ ସ୍ଥାନରେ ଘର ଭିତରେ ବର୍ଷା ପାଣି ପଶିଥିବା ଦେଖିବାକୁ ମିଳିଛି। ସବୁଠାରୁ ରୋଚକ ଦୃଶ୍ୟ ଦେଖିବାକୁ ମିଳୁଛି ଭଦ୍ରକ ସହରରେ ଥିବା ଲୋକନାଥ ମନ୍ଦିରରେ । ଲୋକନାଥ ମନ୍ଦିରର ଗର୍ଭ ଗୃହରେ ଆଣ୍ଠୁଏ ପାଣି ଜମିରହିଥିବା ବେଳେ ବାବା ଲୋକନାଥଙ୍କ ଲିଙ୍ଗ ମଧ୍ୟ ବୁଡ଼ିଯାଇଥିବା ଜଣାପଡିଛି । ଯାହା ଭକ୍ତଙ୍କ ମନକୁ ଗଭୀର ଆଘାତ ଦେଇଛି । ସେହିପରି ବାଇପାସ ଜଗନ୍ନାଥ ମନ୍ଦିରରେ ମଧ୍ୟ ଆଣ୍ଠୁଏ ପାଣି ଜମିରହିଛି । କହିବାକୁ ଗଲେ ଲଘୁଚାପ ଜନିତ ବର୍ଷା ଗୋଟିଏ ଦିନରେ ଯଦି ଭଦ୍ରକ ସହରର ଏପରି ଅବସ୍ଥା ତେବେ ଧାରା ଶ୍ରାବଣ ମାସରେ କେମିତି ରହିବ ଭଦ୍ରକ ସହର ଅବସ୍ଥା ଆପଣ ବୁଝିପାରୁଥିବେ ।

Advertisement

ତେବେ ବର୍ଷା ଆସିଲେ ପୌରପାଳିକାର ତଥା ଜିଲ୍ଲାପ୍ରଶାସନର ଡ୍ରେନେଜ ସମସ୍ୟା କଥା ମନେ ପଡେ ଆଉ ପାଣି ଜମିବା ପରେ ପ୍ରଶାସନିକ ଅଧିକାରୀଙ୍କ ଶହ ନେତୃମଣ୍ଡଳୀ ମଧ୍ୟ ପହଂଚିଯାନ୍ତି ପରିଦର୍ଶନରେ । ବାସ ପୁଣି ବର୍ଷା ଛାଡିଲେ ସେ କଥା ସବୁ ଭୁଲିଯାନ୍ତି ତେଣୁ ଯଦି ଭଦ୍ରକ ପୌରପାଳିକା ଡ୍ରେନେଜ ସମସ୍ୟାକୁ ସହରର ମୁଖ୍ୟ ସମସ୍ୟା ଭାବି ସମାଧାନ କରେ ତେବେ ଲୋକେ ଉପକୃତ ହେବେ ନଚେତ ଜନତା ଙ୍କ ଶହ ଦେବତା ମଧ୍ୟ ପାଣିରେ ବୁଡିରହିବେ ଏଥିରେ ତିଳେ ମାତ୍ର ସନ୍ଦେହରେ ଅବକାଶ ନାହିଁ ।

Leave a Reply

Your email address will not be published. Required fields are marked *