ରାଜ୍ୟରେ ଆଜିଠୁ ଘଡଘଡି ସହ ବର୍ଷା ,୧୮ରୁ ପୁଣି ବଢିବ
1 min readଭୁବନେଶ୍ୱର : ନିକଟରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ସେପ୍ଟେମ୍ବର ୬ ପରଠୁ ଲାଗିରହିଛି ବର୍ଷା । ତେବେ ବଙ୍ଗୋପସାଗରରେ ଗତ ୮ ତାରିଖରେ ରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତରେ ପରିଣତ ହେବା ପରେ ସେପ୍ଟେମ୍ବର ୧୦ ଏବଂ ୧୧ ତାରିଖ ଦିନ ରାଜ୍ୟରେ ପ୍ରବଳ ବର୍ଷା ଦେଖାଦେଇଥିଲା । ଏହାପରେ ଅବପାତର ପ୍ରଭାବଟି ଧିରେ ଧିରେ ଦୁର୍ବଳ ହେବା ଫଳରେ ରାଜ୍ୟରେ ବର୍ଷାର ପରିମାଣ କମିଛି । ତେବେ ଆଜିଠୁ ଓଡିଶାରେ ବର୍ଷାର ପ୍ରଭାବ କମିବ ।
ସେହିଭଳି ପାଣିପାଗ ବିଶେଷଜ୍ଞ ଊମାଶଙ୍କର ଦାସଙ୍କ ସୂଚନା ଅନୁ୍ଯାୟୀ ରାଜ୍ୟରେ ପୁଣି ସେପ୍ଟେମ୍ବର ୧୮ ବେଳକୁ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ବାୟୁମଣ୍ଡଳର ଉପରି ଭାଗରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏନେଇ ରାଜ୍ୟରେ ୧୮ ଏବଂ ୧୯ ଦୁଇଦିନ ଧରି ପ୍ରବଳ ବର୍ଷା ହେବାର ସମ୍ଭାବନା କରିଛି ପାଣିପାଗ ବିଭାଗ । ରାଜ୍ୟରେ ଆଜିଠାରୁ ବାଲେଶ୍ୱର,ମୟୁରଭଞ୍ଜ,କେନ୍ଦୁଝର ,କେନ୍ଦ୍ରାପଡା,ବାଲେଶ୍ୱର,ଜଗତସିଂପୁର,କନ୍ଦମାଳ,ସମ୍ବଲପୁର,ଦେଓଗଡ,ଯାଜପୁର ଇତ୍ୟାଦି ଜିଲ୍ଲାର କିଛି ସ୍ଥାନରେ ବର୍ଷା ସହ ଘଡଘଡି ଦେଖାଦେଇପାରେ ।