Pratidin TV

Odisha's Digital News Platform

ପୁଣି ଭିଜିବ ଓଡିଶା : ଆସୁଛି ଆଉ ଏକ ଲଘୁଚାପ

1 min read

ଭୁବନେଶ୍ୱର : ରାଜ୍ୟରେ ୧୭/୧୮ ସୁଦ୍ଧା ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ଲଘୁଚାପ ସମ୍ଭାବନା ନେଇ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଟ୍ୱିଟ୍ ଜରିଆରେ ସୂଚନା ଦେଇଛନ୍ତି । ତେବେ ଏହାର ପ୍ରଭାବ ଓ ଗତିବିଧି ଆଗକୁ କଣ ରହିବ ତାହା ପୂର୍ବାନୁମାନ କରି ସୁଚନା ଦେବ ଭାରତୀୟ ପାଣିପାଗ ବିଭାଗ ।


ସେହିଭଳି ଆଜି ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ଲଘୁଚାପ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅବପାତର ରୂପ ନେବ । ଯାହା ଫଳରେ ଆଜି ଓ ଆସନ୍ତାକାଲି ରାଜ୍ୟରେ ପ୬ବଳରୁ ଅତି ପ୍ରବଳ ବର୍ଷା ଦେଖାଦେବ । ଆଜି ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୧୨ ତାରିଖରେ ଆଭ୍ୟନ୍ତରଣ ଓଡ଼ିଶାରେ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ। ଏଥିପାଇଁ ସମୁଦ୍ର ଭିତରକୁ ମତ୍ସ୍ୟଜୀବୀଙ୍କୁ ନଯିବାକୁ ପରାମର୍ଶ ଦିଆଯାଇଛି।

Advertisement

Leave a Reply

Your email address will not be published. Required fields are marked *