Pratidin TV

Odisha's Digital News Platform

ପୁଣି କାଠମାଣ୍ଡୁରେ ଅଘଟଣ : ମଝି ଆକାଶରେ କ୍ରାସ୍ ହେଲା ହେଲିକପ୍ଟର , ଆଖିବୁଜିଦେଲେ ୬ ଜଣ …

ନେପାଳ : ନେପାଳର ମଝି ଆକାଶରେ ନିଖୋଜ ହେଲିକପ୍ଟରର ମିଳିଲା ପତ୍ତା । ମଙ୍ଗଳବାର ୫ ଜଣ ବିଦେଶୀ ଯାତ୍ରୀଙ୍କୁ ଧରି ନେପାଳ ମାଉଣ୍ଟ ଏଭରେଷ୍ଟରୁ କାଠମାଣ୍ଡୁକୁ ଯାତ୍ରା ଆରମ୍ଭ କରିଥିଲା ମନଙ୍ଗ ଏୟାର ହେଲିକପ୍ଟର । କିନ୍ତୁ ମଝି ଆକାଶରେ ହଠାତ୍ ନିୟନ୍ତ୍ରଣ ହରାଇ ସୋଲୁଖମ୍ବୁ ଜିଲ୍ଲାର ଲିଖୁପିକେ ଗ୍ରାମୀଣ ପୌରପାଳିକାର ଲାମଜୁରା ଠାରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।

ସୂଚନା ଅନୁଯାୟୀ ହେଲିକପ୍ଟରଟି ୬ ଯାତ୍ରୀଙ୍କୁ ଧରି ଆଜି ସକାଳେ ସୋଲୁଖୁମ୍ବୁରୁ କାଠମାଣ୍ଡୁ ଅଭିମୁଖେ ଯାତ୍ରା କରୁଥିଲା। ଉକ୍ତ ୬ ଜଣଙ୍କ ମଧ୍ୟରେ ୫ ଜଣ ମେକ୍ସିକନ ନାଗରିକ ବୋଲି ଜଣାପଡ଼ିଛି। ପ୍ରାୟ ୧୦ଟା ସମୟରେ କଣ୍ଟ୍ରୋଲ ଟାୱାର ସହ ହେଲିକପ୍ଟରର ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା।

ତେବେ ସେହି ସମୟରେ ହିଁ ଦୁର୍ଘଟଣା ଘଟିଥିବା ନେଇ ଅନୁମାନ କରାଯାଉଛି । ହେଲିକପ୍ଟରର ଭଗ୍ନାବଶେଷ ଲାମଜୁରା ନିକଟସ୍ଥ ଗାଁରେ ପଡ଼ିଥିବା ଜଣାପଡିଛି । ସ୍ଥାନୀୟ ଲୋକଙ୍କ ସହାୟତାରେ ସେଠାରୁ ପ୍ରାଥମିକ ଅବସ୍ଥାରେ ୫ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଜଣଙ୍କ ମୃତଦେହର ପତ୍ତା ମିଳିନାହିଁ ବୋଲି କୋଶୀ ପ୍ରଦେଶ ପୋଲିସ ଡିଜି ରାଜଶନାଥ ବସ୍ତୋଲା ନ୍ୟୁଜ୍ ଏଜେନ୍ସି ଙ୍କୁ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *