Pratidin TV

Odisha's Digital News Platform

ମଝି ସମୁଦ୍ରରେ ଜଳିଗଲା ହେଲିକେପ୍ଟର , ଭିତରେ ଥିଲେ ୬ ଯାତ୍ରୀ ..

1 min read

ମଝି ସମୁଦ୍ରରେ ଜଳିଗଲା ହେଲିକପ୍ଟର । ସେହି ହେଲିକପ୍ଟର ଭିତରେ ଥିଲେ ୬ ଯାତ୍ରୀ । ଏପରି ଏକ ଘଟଣା ନରୱେରେ ଘଟିଛି । ନରୱେର ବର୍ଜେନ ଆକାଶରେ ଉଡ଼ୁଥିବା ଏକ ହେଲିକପ୍ଟର ଗତକାଲି ସନ୍ଧ୍ୟା ପ୍ରାୟ ସାଢେ ୭ଟାରେ ନିଖୋଜ ହୋଇ ଯାଇଥିଲା । ଏୟାର ଟ୍ରାଫିକ୍ କଣ୍ଟ୍ରୋଲ ରୁମ୍ ସହ ତାହାର ଯୋଗାଯୋଗ ବିଚ୍ଛିନ୍ନ ହୋଇ ଯାଇଥିଲା ।

ଏହାପରେ ସମୁଦ୍ର ଭିତରେ ଖସି ନିଆଁ ଲାଗିଯ୍ଧବଥିବା ସାଧାରଣ ଲୋକ ଦେଖିବାକୁ ପାଇଥିଲେ । ଏହା ସହ ସେହି ସମୁଦ୍ରରେ କିଛି ଲୋକ ବୁଡି ଯାଉଥିବା ବେଳେ ସେମାନଙ୍କ ଚିତ୍କାର ମଧ୍ୟ ଶୁଣିବାକୁ ପାଇଥିଲେ । ତେବେ ଏହା ଦେଖି ତୁରନ୍ତ ଉଦ୍ଧାରକାରୀ ଦଳକୁ ଫୋନ୍ କରିଥିଲେ ସାଧାରଣ ଲୋକେ । ଏହାପରେ ସ୍ଥାନୀୟ ବାସୀନ୍ଦା ଏବଂ ଉଦ୍ଧାର କାରୀ ଦଳଙ୍କ ସହାୟତାରେ ଲୋକମାନଙ୍କୁ ଉଦ୍ଧାର କରାଯାଇଥିଲା । ତୁରନ୍ତ ଆହତ ମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ସୌଭାଗ୍ୟବଶତଃ ସେଥିରେ ଥିବା ୬ ଯାତ୍ରୀ ଅଳ୍ପକେ ରକ୍ଷା ପାଇ ଯାଇଛନ୍ତି । ହେଲେ ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟବସ୍ଥା କିପରି ଅଛି ତାହା ଜଣାପଡିନାହିଁ ।

Advertisement

Leave a Reply

Your email address will not be published. Required fields are marked *