Pratidin TV

Odisha's Digital News Platform

ମୁହାଁମୁହିଁ ଧକ୍କା ହେଲା ଦୁଇ ହେଲିକପ୍ଟର ; ୪ ମୃତ ,୩ ଗୁରୁତର

1 min read

ନୂଆଦିଲ୍ଲୀ : ମୁହାଁମୁହିଁ ଧକ୍କା ହେଲା ଦୁଇଟି ହେଲିକପ୍ଟର । ଦୁର୍ଘଟଣାରେ ୪ ମୃତ, ୩ ଗୁରୁତର । ଅଷ୍ଟ୍ରେଲିଆର ଗୋଲ୍ଡକୋଷ୍ଟ ଅଞ୍ଚଳରେ ସୋମବାର ଦୁଇଟି ହେଲିକପ୍ଟର ପରସ୍ପର ମଧ୍ୟରେ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ୪ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଥିବା ସୂଚନା ମିଳିଛି । ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଛି । ସିସିଟିଭିରେ କଏଦ ହୋଇଥିବା ଦୃଶ୍ୟରେ ଦୁର୍ଘଟଣାର ଚିତ୍ର କଏଦ ହୋଇଛି ।

ପୋଲିସ ଅଧିକାରୀଙ୍କ କହିବା ଅନୁଯାୟୀ, ଗୋଟିଏ ହେଲିକପ୍ଟର ଅବତରଣ କରୁଥିବା ବେଳେ ଅନ୍ୟଟି ଉଡ଼ାଣ ଭରୁଥିଲା । ଠିକ୍ ଏହି ସମୟରେ ହିଁ ପରସ୍ପର ଭାରସାମ୍ୟ ହରାଇ ଦୁହିଁଙ୍କ ମଧ୍ୟରେ ପିଟି ହୋଇଥିଲେ । ଦୁର୍ଘଟଣା ପରେ ଗୋଟିଏ ହେଲିକପ୍ଟର ସୁରକ୍ଷିତ ଭାବେ ଗୋଲ୍ଡକୋଷ୍ଟର ମେନ ବିଚରେ ଅବତରଣ କରିଥିଲା । ତେବେ କ୍ଷତିଗ୍ରସ୍ତ ହେଲିକପ୍ଟରଟି ଲ୍ୟାଣ୍ଡିଂ ସ୍ଥଳରୁ ବହୁ ଦୂରରେ ଖଣ୍ଡବିଖଣ୍ଡିତ ଅବସ୍ଥାରେ ପଡିଛି । ଏହି ଘଟଣାକୁ ନେଇ ତଦନ୍ତ କରାଯାଉଛି ବୋଲି ଅଷ୍ଟ୍ରେଲିଆ ପରିବହନ ସୁରକ୍ଷା ବ୍ୟୁରୋ କହିଛି । ବର୍ତମାନ ସ୍ଥିତିରେ ଦୁର୍ଘଟଣା ସ୍ଥାନକୁ ଖାଲି କରିଦିଆଯାଇଛି । ଦୁର୍ଘଟଣାରେ ଅଷ୍ଟ୍ରେଲିଆର ଅନେକ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *