Pratidin TV

Odisha's Digital News Platform

ମୋ ପୁଅକୁ ବଂଚେଇଦିଅ : ୫ ମାସର ନିଷ୍ପାପ ଶିଶୁ ପାଇଁ ମାଁର ଆକୁଳ ନିବେଦନ

1 min read

କଟକ : ହଁ ଆଜ୍ଞା ପଢିବା ସମୟରେ ଆପଣଙ୍କୁ କାହାଣୀ ଭଳି ଲାଗୁଥାଇ ପାରେ । କିନ୍ତୁ ଅନ୍ତଚିରି ଜନ୍ମ ଦେଇଥିବା ନିଜ୫ ମାସର ଶିଶୁକୁ ବଞ୍ଚାଇବା ପାଇଁ ଗୋଟେ ମାଁର ଆକୁଳ ନିବେଦନ । ଦୁନିଆ କୁ ଭଲ ଭାବେ ଦେଖିବା ପୂର୍ବରୁ ଆଜି ମାତ୍ର ପାଞ୍ଚ ମାସ ର କୋମଳ ଶିଶୁ ପୁତ୍ର ଟି ଜୀବନ ମରଣ ସଙ୍ଗେ କରୁଛି ସଂଘର୍ଷ । ବହୁ ଖୋଜା ଲୋଡ଼ା ରେ ଜନ୍ମ ନେଇ ଦିନେ ଘରେ ଖୁସି ର ଲହର ସୃଷ୍ଟି କରିଥିବା ପୁଅ ଟି ପାଇଁ ଆଜି ତାର ସ୍ୱାସ୍ଥ୍ୟ ସମସ୍ୟା କୁ ନେଇ ଭାଙ୍ଗି ପଡିଛନ୍ତି ସମଗ୍ର ପରିବାର । ଏପଟେ ଆଖିରେ ଲୁହ ଶୁଖୁନି ମା ଜ୍ୟୋତି ଙ୍କର, କାହିଁକି ନା ତାର କୁନି ପୁଅଟି ଆଜି ମା କୋଳରେ ସୋଇ ଯନ୍ତ୍ରଣା ରେ ଛଟପଟ ହେଉଛି ।

Advertisement

ହଁ ଆଜ୍ଞା ଏ ହେଉଛି କଟକ ଜିଲ୍ଲା ବାଙ୍କୀ, ଜୋରକୁଳ ଗ୍ରାମ ର କଥା,
ସେହି ଗ୍ରାମର ବିରେନ୍ଦ୍ର ସାମଲ ଏବଂ ମା ଜ୍ୟୋତି ଙ୍କର ବହୁ ଖୋଜା ଲୋଡ଼ା ରେ ପୁଅ ଟିଏ ଜନ୍ମ ହେବା ପରେ । ସାରା ପରିବାର ରେ ଖେଳି ଯାଇଥିଲା ଖୁସି ର ଲହରୀ । କିନ୍ତୁ ଏ ଖୁସି ରହିପାରିଲାନି ବେଶୀ ଦିନ କାହିଁକି ନା ପୁଅ କୁ ଅଢେଇ ମାସ ପୁରିବା ପରେ ଦେଖା ଦେଇଥିଲା କିଛି ସ୍ୱାସ୍ଥ୍ୟ ଗତ ସମସ୍ୟା ଓ ଏଥିପାଇଁ ପୁଅକୁ ନେଇ ଏ ମେଡିକାଲ ରୁ ସେ ମେଡିକାଲ ଘୁରି ବୁଲିବା ପରେ ଶେଷରେ ଜଣା ପଡିଥିଲା ଯେ ପୁଅଟିର ଲିଭର ସମ୍ପୂର୍ଣ ଖରାପ ହୋଇସାରିଛି ।ଆଉ ଏବେ କେବଳ ଲିଭର ଟ୍ରାନ୍ସପ୍ଲାଣ୍ଟ ହିଁ ଏକ ମାତ୍ର ବିକଳ୍ପ । ଏଥିପାଇଁ ପୁଅକୁ ଦିଲ୍ଲୀ ରେ ନେଇ ଚିକତ୍ସା କରିବାକୁ ପଡିବ ଏବଂ ସେଥିପାଇଁ ଦରକାର ପ୍ରାୟ ୪୦ ଲକ୍ଷ୍ୟ ଟଙ୍କା ।

ଆଉ ଏ କଥା ଶୁଣି ଯେମିତି ପାଦ ତଳୁ ମାଟି ଖସି ଯାଇଥିଲା ବାପା ବିରେନ୍ଦ୍ର ଏବଂ ମା ଜ୍ୟୋତି ଙ୍କର, କାହିଁକି ନା ୪୦ ଲକ୍ଷ୍ୟ ଟଙ୍କା ଜଣେ ଭୁବନେଶ୍ୱର ର ଏକ ଘରୋଇ କମ୍ପାନୀ ର ସାଧାରଣ କର୍ମଚାରୀ ଭାବେ କାର୍ଯ୍ୟ କରୁଥିବା ବାପା ବିରେନ୍ଦ୍ର ଙ୍କ ପାଇଁ ସମ୍ପୂର୍ଣ୍ଣ ଅସମ୍ଭବ । ତେଣୁ ଏବେ ଅର୍ଥ ର ଯୋଗାଡ଼ ରେ ବିରେନ୍ଦ୍ର ପାଗଳ ପ୍ରାୟ ହୋଇ ଘୁରି ବୁଲୁଥିବା ବେଳେ,ପରିବାର ଲୋକେ ଦିନରାତି ଠାକୁର ଙ୍କୁ କରୁଛନ୍ତି ଗୁହାରି ।

ଅପର ପଟେ ପୁଅ ପାଇଁ ଏବେ ବାପା ମା ନିଜର ଲିଭର ଦେବା ପାଇଁ ପ୍ରସ୍ତୁତ ଥିଲେ ମଧ୍ୟ ଏବେ ବାଧକ ସାଜିଛି ଅର୍ଥ କାହିଁକି ନା ଟ୍ରାନ୍ସପ୍ଲାଣ୍ଟ ପାଇଁ ଦରକାର ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ।ଆଉ ଏବେ ପିଲାଟିର ଚିକତ୍ସା ନିମନ୍ତେ ଗ୍ରାମବାସୀ ମାନେ ଗାଁ ର ଘର ଘର ବୁଲି କିଛି କିଛି ଅର୍ଥ ସଂଗ୍ରହ କରୁଥିଲେ ମଧ୍ୟ ତାହା ସମୁଦ୍ର କୁ ଶଙ୍ଖେ ଭଳି । ତେଣୁ ନିଜର ପୁଅର ଚିକତ୍ସା ପାଇଁ ଆଜି ମା ଟିଏ କୋହ ଭରା କଣ୍ଠ ରେ କିଛି ସାହାଯ୍ୟ ଆଶାରେ ସରକାର ଙ୍କୁ ବିନତି କରୁଛି ଯେ ଯଦି ସରକାର ଏହି ନିଷ୍ପାପ ଶିଶୁ ଟି ପାଇଁ କିଛି ସହଯୋଗ କରନ୍ତେ । ତେବେ ହୁଏତ ବିରେନ୍ଦ୍ର ଓ ଜ୍ୟୋତି ନିଜ ପୁଅକୁ ବଞ୍ଚାଇ ପାରନ୍ତେ ।

ଯଦି ଆପଣମାନେ ଚାହାନ୍ତି ତେବେ ଆପଣ ମଧ୍ୟ ଏହି ୫ ମାସର ନିଷ୍ପାପ ଶିଶୁକୁ ବଞ୍ଚା ଇବା ପାଇଁ ଏକ ଛୋଟିଆ ଅନୁଦାନ କରିପାରିବେ । ଆପଣଙ୍କର ସେହି ଛୋଟିଆ ଦାନ ଗୋଟେ ଶିଶୁକୁ ନୂଆ ଜୀବନ ଦେଇପାରେ । ଯଦି ଆପଣମାନେ ଚାହାନ୍ତି ତେବେ ବିରେନ୍ଦ୍ରଙ୍କ ଫୋନପେ ଗୁଗଲପେ ନଂ ରେ କିଛ ଟଙ୍କା ସାହାର୍ଯ୍ୟ କରିପାରିବେ ।

Leave a Reply

Your email address will not be published. Required fields are marked *