Pratidin TV

Odisha's Digital News Platform

ଦେବାଶିଷର ସାହାରା କେବଳ ସତୁରୀ ବର୍ଷର ବୃଦ୍ଧା ଜେଜେମା, ସାହାର୍ଯ୍ୟର ହାତ ବଢାଇଲା ହେଲ୍ପ ଫର ୟୁ ଫାଉଣ୍ଡେସନ୍

1 min read

ଜଳେଶ୍ୱର : ସତରେ ଦୁଃଖ ଯେତେବେଳେ ଆସେ ସାଙ୍ଗରେ ଯେପରି ତାର ବନ୍ଧୁ ବାନ୍ଧବ କୁ ଧରି ସାଙ୍ଗରେ ଆସେ। ଆଜି ଏହି ପରିବାରକୁ ଦୁଃଖ ଛାଡି ଯିବା ପାଇଁ ପ୍ରସ୍ତୁତ ନୁହେଁ। ଯେପରି ଦୁଃଖର କଳା ବାଦଲ ର ଛାଇ ଘୋଟି ଆସିଛି ଏହି କୁନି ନାଁ ବାଳକ ଦେବାଶିଷ ଉପରେ। ଦୁନିଆଁ କ’ଣ ଠିକ୍ ରେ ଜାଣିନି କି ବୁଝି ନାହିଁ ହେଲେ ଆଜି ନିଅତି ତା ସ୍ଵପ୍ନକୁ ଭାଙ୍ଗି ନଷ୍ଟ କରି ଦେଇଛି। ମନରେ ଅସୁମାରୀ ସ୍ବପ୍ନ ନେଇ ବେଶ ହସ ଖୁସିରେ ବାପା ମାଆ ର ସ୍ନେହ, ମମତା ପାଇ ବଢୁ ଥିଲା ଦେବାଶିଷ। କିନ୍ତୁ ଦଇବ ସହି ପାରିଲା ନାହିଁ। ଆଜି ଦେବାଶିଷ ବାପା, ମାଆ ର ସ୍ନେହ ମମତା ରୁ ବଞ୍ଚିତ। ତାର ଅସୁମାରୀ ସ୍ବପ୍ନ ଆଜି ସ୍ଵପ୍ନ ରେ ରହି ଯାଇଛି, ମନକୁ ଭାରାକ୍ରାନ୍ତ କରିଦେଇଛି ପରିସ୍ଥିତି। ଆଜି ମୁଣ୍ଡ ଉପରୁ ହଟି ଯାଇଛି ବାପା ମାଆ ର ଆଶିର୍ବାଦ। ଆଜି ଦେବାଶିଷ ର ସାହାରା କେବଳ ସତୁରୀ ବର୍ଷ ର ବୃଦ୍ଧା ଜେଜେମା।

ପାଞ୍ଚ ବର୍ଷ ପୂର୍ବେ ବାପା ରୋଗାକ୍ରାନ୍ତ ହୋଇ ଅର୍ଥ ଅଭାବରୁ ଚିକିତ୍ସା ହୋଇ ନ ପାରି ଆର ପାରିକୁ ଚାଲିଯାଇଥିଲେ।ଏବେ କର୍କଟ ରୋଗରେ ପିଡୀତ ହୋଇ ସବୁ ଦିନ ପାଇଁ ଆଖି ବୁଜିଲେ ମାଆ।ଦୁଇ ଜଣଙ୍କର ମୃତ୍ୟୁ ପରେ ବାପା, ମାଆ ଛେଉଣ୍ଡ ହୋଇ ବଞ୍ଚିବା ପାଇଁ ସଂଘର୍ଷ କରୁଛି ୧୬ ବର୍ଷ ର ନାଁ ବାଳକ ଦେବାଶିଷ।ଘରର ପରିସ୍ଥିତି ଏଭଳି ଯେ ଆଜି ଗୋଟିଏ ଓଳି ଚୁଲି ଜଳୁଛି ତ ଆଉ ଗୋଟିଏ ଓଳି ଉପବାସ ରହିବାକୁ ପଡୁଛି।କାରଣ ଦେବାଶିଷ କୁଆଡୁ ଆଣିବ ଏତେ ଅର୍ଥ।ମାଆ ର ଅନ୍ତେଷ୍ଟି କ୍ରିୟା ପାଇଁ,, ଆଜି ପରିସ୍ଥିତି ତାକୁ ବାଧ୍ୟ କରିଛି ଘର ଘର ବୁଲି ଭିକ୍ଷା ବୃତ୍ତି କରିବାକୁ। ସାଙ୍ଗର ନଇଁ, ନଇଁ ଚାଲିଛନ୍ତି ବୃଦ୍ଧା ଜେଜେମା। ଯେଉଁ ଜେଜେମା ବାର୍ଦ୍ଧକ୍ୟ ଅବସ୍ଥାରେ ନାତିକୁ ସାହସ ଦେଇ ନାତି ସାଙ୍ଗରେ ଏଘର ସେଘର ଯାଇ ବୋହୂ ର ଶୁଧି କ୍ରିୟା ପାଇଁ ଭିକ୍ଷା ବୃତ୍ତି କୁ ଆପଣେଇ ନେଇଛନ୍ତି। ଠିକ୍ ରେ ଅଣ୍ଟା ସଳଖି ଜେଜେ ମାଆ ମଧ୍ୟ ଚାଲି ପାରୁନାହାନ୍ତି। ତଥାପି ବାର୍ଦ୍ଧକ୍ୟ ଅବସ୍ଥାରେ ନାତିର ସାହାରା ପାଲଟି ଛନ୍ତି। ନାତି ଦେବାଶିଷ ଓ ବୃଦ୍ଧା ଜେଜେମା ଙ୍କର ଏହି ଦୁଃଖ ଦେଖି ଆପଣ ନ କାନ୍ଦି ରହି ପାରିବେ ନାହିଁ ଆପଣଙ୍କ ଆଖିରୁ ଲୁହ ଆପେ ଆପେ ଝରା ଆସିବ।ଯେଉଁ ବୟସରେ ଦେବାଶିଷ ଖେଳ କୁଦ କରି ସାଙ୍ଗ ସାଥି ମେଳରେ ବୁଲିବା କଥା ଆଜି ତା ମୁଣ୍ଡ ଉପରେ ଭବିଷ୍ୟତ ର ଚିନ୍ତା।କଣ କରିବ ସେ ତଥପି ଦୁଃଖଦ ପରିସ୍ଥିତିରେ ଅଳ୍ପ ବୟସରେ ହାର ନ ମାନି ଯୁକ୍ତ ଦୁଇରେ ପାଠ ପଢୁଛି। ଇଛା ବଡ଼ ମଣିଷ ହୋଇ ତା ପରିବାର ଦୁଃଖ ର ଦୂର କରି ଶିକ୍ଷକ ହୋଇ ଶିକ୍ଷା ପ୍ରଦାନ କରିବ।

Advertisement

ଏହି ଘଟଣାଟି ବାଲେଶ୍ଵର ଜିଲ୍ଲାର ଜଳେଶ୍ବର ବ୍ଲକ ଠାରୁ ପନ୍ଦର କିଲୋମିଟର ଦୂର ରେ ଥିବା ଶିଖରପୁର ପଞ୍ଚାୟତ ର ବଜାରଶୋଳ ଗ୍ରାମର ସରସ୍ୱତୀ ଗିରିଙ୍କ ପରିବାର କଥା କହୁଛୁ। ଏହି ହୃଦୟ ବିଦାରକ ଘଟଣା ଟି ସେଠାକାର ଗ୍ରାମବାସୀ ବାଲେଶ୍ଵର ଜିଲ୍ଲାର ଜଳେଶ୍ବର ଠାରେ ଗଢିଉଠିଥିବା ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ର ସଭାପତି -ମାନସ ରଞ୍ଜନ ଧଳ ଙ୍କୁ ଅବଗତ କରାଇବା ପରେ ସଙ୍ଗଠନ ଅଣ୍ଟା ଭିଡ଼ିଥିଲେ ଏହି କୁନି ନାଁ ବାଳକ ଦେବାଶିଷ ପରିବାର କୁ ସହାୟତା କରିବା ପାଇଁ। ସଙ୍ଗଠନ ର ସମସ୍ତ ସଦସ୍ୟ ସଦସ୍ୟା ମାନଙ୍କର କିଛି କିଛି ଆର୍ଥିକ ଅବଦାନ ବଳରେ ଦେହାନ୍ତ ହୋଇଥିବା ମାଆ ନିରୁପମା ଙ୍କ ଅନ୍ତେଷ୍ଟି କ୍ରିୟା ପାଇଁ ଆର୍ଥିକ ସହାୟତା ଦଶହଜାର ଶହେ ଏକ ଟଙ୍କା ଓ କିଛି ରେସନ ସାମଗ୍ରୀ, ପନିପରିବା,ଓ ପରିବାରକୁ ନୂତନ ବସ୍ତ୍ର ସହିତ ଦେବାଶିଷ ର ପାଠ ପଢା ପାଇଁ କିଛି ପାଠ୍ୟ ସାମଗ୍ରୀ ମଧ୍ୟ ପ୍ରଦାନ କରିଛନ୍ତି। କଥାରେ ଅଛି ପରା ବିପଦ ର ବନ୍ଧୁ ହିଁ ପ୍ରକୃତ ବନ୍ଧୁ। ଏଠି କିଏ ନିଜ ନିଜ ର ସ୍ଵାର୍ଥ ପଛରେ ଦଉଡୁଥିବା ବେଳେ ମାତ୍ର ଏ ଭାଇ ଭଉଣୀ ମାନଙ୍କର ନିଃସ୍ଵାର୍ଥପର ସେବା ଆଜି ସମାଜ କୁ ଜଣାଇ ଦେଉଛି ଯେ ନିଜ ପାଇଁ ନୁହେଁ ବରଂ ଅନ୍ୟର ଖୁସି ପାଇଁ ବଞ୍ଚିବାଟା ହିଁ ଜୀବନ ହୋଇ ଥାଏ।

Leave a Reply

Your email address will not be published. Required fields are marked *