ଅସହାୟ ଗୌରୀ ଓ ତା ନବଜାତ ଶିଶୁ ଉପରେ କେବେ ପଡିବ ପ୍ରଶାସନର ଦୃଷ୍ଟି ..
1 min readଜଳେଶ୍ୱର : ଜଳେଶ୍ୱର ସହର ପାର୍ଶ୍ଵରେ ଯାଇଥିବା ୬୦ନମ୍ୱର ଜାତୀୟ ରାଜପଥରେ କେତେ ଯେ ଅଜଣା ଅସୁଣା ଘଟଣା ଘଟି ଚାଲିଛି,ତାର କଳନା ନାହିଁ। ଏପରି ଏକ ସ୍ପର୍ଶକାତର,ହୃଦୟ ବିଦାରକ କରୁଣ କାହାଣୀ, ଗୌରୀ ରାଉଳ (୩୪)ନାମ୍ନୀ ଜଣେ ଦୁଃଖିନୀ ମହିଳା, ଜୀବନରେ ଘଟି ଚାଲିଛି । ସୂଚନାରୁ ପ୍ରକାଶ, ଲଖ୍ମଣନାଥ ପଞ୍ଚାୟତ, ଗୋପ ଗ୍ରାମର,ନାରାଣ ରାଉଳଙ୍କ ଝିଅ ଗୌରୀ । କିଶୋରୀ ଅବସ୍ଥାରୁ,ମା ଛେଉଣ୍ଡ ହେଲାପରେ ,ପରିବାର ପକ୍ଷରୁ ତା ଉପରେ ନିର୍ୟାତନା ବଢିଚାଲିଥିଲା।କମ୍ ବୟସରୁ, ଜଳେଶ୍ୱର ନୂଆ ବଜାର ଅଞ୍ଚଳର, ମିଥୁନ ସାହୁ ନାମକ ଯୁବକ ସହ ଵିଵାହ କରାଇ, ପରିବାର ଦାୟିତ୍ୱ ମୁକ୍ତ ହୋଇଥିଲେ। ୧ମାସ ପରେ ଵାପ ଘରକୁ ଲେଉଟିଆ ପରେ, ବାପଘର ଲୋକେ ଶାଶୂ ଘରକୁ ଛାଡି ନ ଥିଲେ ।
ପରିବାର ଅର୍ଥ ଲାଳସାରେ, ଆରୁହା ଅଞ୍ଚଳ ର ଦଲାଲ ଦ୍ୱାରା,୬୦୦୦ ଟଙ୍କା ରେ ଉତ୍ତର ପ୍ରଦେଶ ବର ସାଥୀରେ ଯିବା ବେଳେ, ବାଲେଶ୍ବର ଷ୍ଟେସନରୁ ଓ ୨ୟ ଥର ଉତ୍ତର ପ୍ରଦେଶର ଅନ୍ୟ ଜଣେ ବର ସାଥେ କାନପୁର ଷ୍ଟେସନ ରୁ ଲୁଚି ପଳାଇ ଆସିବାକୁ, ସଫଳ ହୋଇଥିଲା ଗୌରୀ। ସେହି ଠାରୁ ଘରକୁ ନଫେରି ଲଖ୍ମଣନାଥ ଚେକ୍ ଗେଟ ଅଞ୍ଚଳରେ ଦୀର୍ଘ ୧୦ବର୍ଷ ଧରି ମାଗି, ବୁଲି ଚଳି ଆସୁଛି। ରାଜପଥରେ କେତେକ ଚାଳକ ଓ ଦଲାଲ ପ୍ରଲୋଭନ ଦେଖାଇ ବାରମ୍ବାର, ନିଶାସକ୍ତ କରାଇ, ଧର୍ଷଣ କରି, ଅବାଞ୍ଛିତ ଗର୍ଭଧାରଣ କରାଇଛନ୍ତି । ଅନ୍ତସ୍ୱତ୍ତା ପରେ ଚିକିତ୍ସା, ପୁଷ୍ଟିସାର ଖାଦ୍ୟ,ସୁସ୍ଥ ପରିବେଶ କଥା ନକହିବା ଭଲ । ୨୨ଦିନ ପୂର୍ବରୁ,ଏନ୍ଏଚ ବାଇପାସ୍ ପୋଲ ନିକଟରେ, ଗର୍ଭ ଯନ୍ତ୍ରଣା ରେ ଛଟପଟ ହେଉଥିବା ଗୌରୀ କୁ, ଓ୍ୱାଡ ସଭ୍ୟ ନିଶିକାନ୍ତ ଦାସଙ୍କ, ନେତୃତ୍ବରେ କେତେକ ଯୁବକ ଆମ୍ବୁଲାନ୍ସ ଯୋଗେ ଜିକେ ଭଟ୍ଟର ହସ୍ପିଟାଲକୁ ପଠାଇଥିଲେ। ସ୍ୱାସ୍ଥ୍ୟ ଅବସ୍ଥା ଜଟିଳ ହେବାରୁ ବାଲେଶ୍ଵର ହସ୍ପିଟାଲ୍ ରେ ୩ଦିନ ରହଣି ପରେ ସୁସ୍ଥ ପୁତ୍ର ଜନ୍ମ ହୋଇଛି ।
ପାଖରେ ଆପଣାର କେହି ନଥିବା ବେଳେ,୫ଦିନ ପରେ କୁନି ପୁଅକୁ ଧରି ଟ୍ରେନ ଯୋଗେ,ଷ୍ଟେସନ ପୋଲ ନିକଟ, ପରିତ୍ୟକ୍ତ ଓଳି ତଳେ ମୁଣ୍ଡ ଗୁଞ୍ଜିଛି ।ମାନସିକ ବିକାର ଗ୍ରସ୍ତ ବୋଲି ଲୋକେ କହୁଥିବା ଏହି ମା, ପୁଅର ନାଁ ଆନନ୍ଦ ଦେଇଥିବା ବେଳ,ପିଲା ଚୋର ରାକେଟ , ଶିଶୁଟିକୁ ଚୋରେଇବା ଲାଗି, ଫନ୍ଦି କରୁଛନ୍ତି। ଭିକ୍ଷା ବୃତି କରି ସଞ୍ଚୟ କରିଥିବା ଅର୍ଥରାଶି କୁ, କେତେକ ଦଲାଲ ଓ ଗୋପ ଗାଁର ନିଜ ଅଜା ଆତ୍ମସାତ କରିଥିବା ଲୁହ ଛଳଛଳ ଆଖିରେ କହିଥିଲା। ନଛିମପୁର ପଞ୍ଚାୟତର ,ସୁମନ, ସ୍ୱେଚ୍ଛାସେବୀ ସବିତା ଗିରି, ବୁଝାଇବା ପରେ ହସ୍ପିଟାଲ୍ ଯାଇ,୨୧/୪ରେ ଶିଶୁ କୁ ଟୀକା ଦେଇଛି। ପ୍ରାକୃତିକ ଦୁର୍ବିପାକ ଓ ଦୟନୀୟ ଅବସ୍ଥା, ଅ ସ୍ୱାସ୍ଥ୍ୟକର ପରିବେଶ, ଗୌରୀ ଓ ତା କୁନି ପୁଅର, ଭବିଷ୍ୟତ ସୁରକ୍ଷା ଲାଗି, ଅଞ୍ଚଳବାସୀ ପ୍ରଶାସନ ଓ ସ୍ୱେଚ୍ଛାସେବୀ ସଂଗଠନକୁ ତୁରନ୍ତ ସହାୟତା ଲାଗି ନିବେଦନ କରିଛନ୍ତି ।