Pratidin TV

Odisha's Digital News Platform

ପଶ୍ଚିମବଙ୍ଗ ଦାର୍ଜିଲିଂରେ ଟ୍ରେନ୍‌ ଦୁର୍ଘଟଣାରେ ଜାରି ହେଲା ହେଲ୍ଫଲାଇନ ନମ୍ବର

1 min read

କାଞ୍ଚନଜଙ୍ଗା ଏକ୍ସପ୍ରେସ୍‌କୁ ମାଲବାହୀ ଟ୍ରେନ୍‌ ଧକ୍କା ଦେବା ଘଟଣାରେ ଜାରି ହେଲା ହେଲ୍ପ ଲାଇନ ନମ୍ବର। ରେଲୱେ ପକ୍ଷରୁ ହେଲ୍ପ ଲାଇନ ନମ୍ବର ଜାରି କରିଥିବା ବେଳେ ବର୍ତ୍ତମାନ ପଶ୍ଚିମବଙ୍ଗ ଗସ୍ତରେ ଅଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ | ତେବେ ଏହି ଦୁର୍ଘଟଣାରେ ସହାୟତା ନେବା ପାଇଁ ୦୩୩-୨୩୫୦୮୭୯୪, ୦୩୩- ୨୩୮୩୩୩୨୬ ରେ ଆହତଙ୍କ ପରିବାର ଲୋକେ ଯୋଗାଯୋଗ କରିବା ନେଇ ଘୋଷଣା ହୋଇଛି |

ତେବେ ସିଗନାଲରେ ତ୍ରୁଟି ଥିବା କାରଣରୁ ଏପରି ଦୁର୍ଘଟଣା ଘଟିଥିବା ବେଳେ ଦୁଃଖ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି | ବର୍ତ୍ତମାନ ପର୍ଯ୍ୟନ୍ତ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୭କୁ ପହଞ୍ଚିଥିବା ବେଳେ ୩0ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି | ତେବେ ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଚିକିତ୍ସା କରିବା ପାଇଁ ପଠାଯାଇଛି |

Advertisement

| ଏହି ଦୁର୍ଘଟଣାରେ NDRF, SDRF ଙ୍କୁ ଯୁଦ୍ଧକାଳୀନଭିତ୍ତିରେ ସମସ୍ତଙ୍କୁ ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି | ଗ୍ୟାସ କାତର ସାହାଯ୍ୟରେ ବଗି କଟାଯାଇ ଯାତ୍ରୀଙ୍କୁ ଉଦ୍ଧାର କରାଯାଉଛି |

Leave a Reply

Your email address will not be published. Required fields are marked *