Pratidin TV

Odisha's Digital News Platform

ରୋଚକ ମୋଡ଼ରେ ରାଜନୀତି : କଂଗ୍ରେସ ଅଧ୍ୟକ୍ଷଙ୍କୁ ଭେଟିଲେ ହେମନ୍ତ ସୋରେନ ..

1 min read

ଆଉ କିଛିଦିନ ପରେ ଆରମ୍ଭ ହେବ ଝାଡଖଣ୍ଡ ନିର୍ବାଚନ । ତେବେ ବର୍ତ୍ତମାନ ବିଧାନସଭା ନିର୍ବାଚନକୁ ନେଇ ରାଜନୈତିକ ଅସ୍ଥିରତା ତୀବ୍ର ହୋଇଛି ।ଗୋଟିଏ ପଟେ ଚମ୍ପଇ ସୋରେନ ଜେଏମଏମ ଛାଡି ବିଜେପିକୁ ସମର୍ଥନ କରୁଥିବାବେଳେ ବର୍ତ୍ତମାନ ହେମନ୍ତ ସୋରେନ ମଧ୍ୟ ଆଗକୁ ବଢିଛନ୍ତି ।

ହେମନ୍ତ ସୋରେନ ମଙ୍ଗଳବାର ରାଜଧାନୀ ଦିଲ୍ଲୀରେ ଲୋକ ସଭାର ବିରୋଧି ଦଳ ନେତା ରାହୁଲ ଗାନ୍ଧୀ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ଭେଟିଛନ୍ତି। ଏହି ସମୟରେ ସୋରେନଙ୍କ ସ୍ତ୍ରୀ କଳ୍ପନା ଏବଂ କଂଗ୍ରେସ ସାଧାରଣ ସମ୍ପାଦକ କେ.ସି ଭେନୁଗୋପାଲ ମଧ୍ୟ ଉପସ୍ଥିତ ଥିଲେ। ହେମନ୍ତ ସୋରେନ ଏହି ସଭାକୁ ଏକ ସୌଜନ୍ୟ ମୂଳକ ସାକ୍ଷାତକାର ବୋଲି କହିଛନ୍ତି। ସେ ଏହାର ଫଟୋ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଶେୟାର କରିଛନ୍ତି। ସେ ତାଙ୍କ ଏକ୍ସ-ପୋଷ୍ଟରେ ଲେଖିଛନ୍ତି, ଆଜି ନୂଆଦିଲ୍ଲୀରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଏବଂ ରାହୁଲ ଗାନ୍ଧୀ ଜୀଙ୍କୁ ଭେଟିଛନ୍ତି।ଦିଲ୍ଲୀରେ ମଲ୍ଲିକାର୍ଜୁନ ଖାଡଗେଙ୍କ ବାସଭବନରେ ଏହି ସାକ୍ଷାତକାର ହୋଇଥିଲା ।  କୁହାଯାଉଛି ଯେ ଏହି ବୈଠକରେ ତିନି ନେତାଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା।

Leave a Reply

Your email address will not be published. Required fields are marked *