Pratidin TV

Odisha's Digital News Platform

ଇସ୍ତଫା ଦେଲେ ହେମନ୍ତ ସୋରେନ; ୨୮ରେ ନେବେ ଶପଥ

1 min read

ଝାଡ଼ଖଣ୍ଡରେ ପୁଣି ଚାଲିବ ଜେଏମଏମ ମୁଖିଆ ହେମନ୍ତ ସୋରେନଙ୍କ ଶାସନ । ପ୍ରକାଶ ପାଇଥିବା ନିର୍ବାଚନ ଫଳାଫଳ ଏନଡିଏର ସମସ୍ତ ସ୍ବପ୍ନ ଧୂଳିସାତ୍ କରିଦେଇଛି । ବିଶେଷ କରି ଅନୁପ୍ରବେଶକାରୀଙ୍କୁ ନେଇ ବିଜେପିର ରଣନୀତିକୁ ପ୍ରତ୍ୟାଖାନ କରିଛନ୍ତି ଜନତା । ଝାଡ଼ଖଣ୍ଡରେ ଜେଏମ୍ଏମ୍ ନେତୃତ୍ବାଧୀନ ମେଣ୍ଟ ଲଗାତାର ଦ୍ବିତୀୟ ଥର ପାଇଁ ବିଜୟ ହାସଲ କରିବା ଦିନକ ପରେ ଗତକାଲି ଅର୍ଥାତ ରବିବାର ଦିନ ଜେଏମ୍ଏମ୍ କାର୍ଯ୍ୟକାରୀ ସଭାପତି ହେମନ୍ତ ସୋରେନ ରାଜ୍ୟପାଳ ସନ୍ତୋଷ ଗଙ୍ଗୱାରଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ସହ ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିଛନ୍ତି।

ରାଜ୍ୟପାଳଙ୍କୁ ଭେଟିବା ପରେ ସେ କହିଛନ୍ତି, ମୁଁ ସରକାର ଗଠନ ପାଇଁ ଦାବି କରିଛି ଏବଂ ରାଜ୍ୟପାଳଙ୍କୁ ମେଣ୍ଟ ସହଯୋଗୀଙ୍କ ସମର୍ଥନପତ୍ର ପ୍ରଦାନ କରିଛି। ସରକାର ଗଠନ ପାଇଁ ସେ ଆମକୁ ନିମନ୍ତ୍ରଣ କରିଛନ୍ତି ଏବଂ ନଭେମ୍ବର ୨୮ତାରିଖରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ।

Advertisement

ବିଧାନସଭା ନିର୍ବାଚନରେ ସୋରେନଙ୍କ ଜେଏମଏମ ନେତୃତ୍ୱାଧୀନ ମିଳିତ ମଞ୍ଚ ମୋଟ ୮୧ଟି ଆସନରୁ ୫୬ଟି ସିଟରେ ବିଜୟୀ ହୋଇ ପୂର୍ଣ୍ଣ ବହୁମତ ପାଇଛି। ବିଜେପରି ସମସ୍ତ ଷ୍ଟ୍ରାଟେଜିକୁ ବିଫଳ କରି ଲଗାତାର ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ହେମନ୍ତ ସୋରେନ। ହେମନ୍ତ ସୋରେନଙ୍କ ବ୍ୟତୀତ ଜେଏମଏମ କୋଟାରୁ ୬ଜଣ, କଂଗ୍ରେସ କୋଟାରୁ ୪ଜଣ ଏବଂ ଆରଜେଡି କୋଟାରୁ ଜଣେ ମନ୍ତ୍ରୀ ରହିବେ ।

Leave a Reply

Your email address will not be published. Required fields are marked *