ଜେଲ୍ରେ କଟିବ ହେମନ୍ତଙ୍କ ରାତି , ଆସନ୍ତାକାଲି କୋର୍ଟ ନେବ ରିମାଣ୍ଡ ନିଷ୍ପତ୍ତି ..
1 min readଜେଲ୍ ଗଲେ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ଜମି ଦୁର୍ନିତି ଓ ମନି ଲଣ୍ଡିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ଆସନ୍ତାକାଲି ଗିରଫ ହୋଇଥିଲେ ହେମନ୍ତ ।ଆଜି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଦିନକ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ତା ସହିତ ଅଧିକ ପଚରା ଉଚରା କରିବା ପାଇଁ ଦଶ ଦିନିଆ ରିମାଣ୍ଡରେ ନେବାକୁ କୋର୍ଟରେ ଦାବି କରିଛି ଇଡି । ଆସନ୍ତା କାଲି ଇଡି ରିମାଣ୍ଡ ଉପରେ ଶୁଣାଣି କରିବ କୋର୍ଟ । ଯେଉଁଥିପାଇଁ ଆଜି ରାତିରେ ହେମନ୍ତଙ୍କୁ ଜେଲ୍ ର ଚାରିକାନ୍ଥ ଭିତରେ କାଟିବାକୁ ପଡିବ । ତାଙ୍କୁ କୋର୍ଟରୁ ସିଧା ବିର୍ସା ମୁଣ୍ଡା ଜେଲ୍ କୁ ନିଆଯାଇଛି ।
ବୁଧବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ହେମନ୍ତ ସୋରେନଙ୍କୁ ଗିରଫ କରିଥିଲା । ଆଜି କଡା ସୁରକ୍ଷାବଳୟ ଭିତରେ ହେମନ୍ତଙ୍କୁ ପିଏମଏଲଏ କୋର୍ଟରେ ହାଜର କରାଯାଇଥିଲା । କୋର୍ଟର ନିର୍ଦ୍ଦେଶକ୍ରମେ ତାଙ୍କୁ ଗୋଟିଏ ଦିନ ପାଇଁ ବିଚାର ବିବାଗୀୟ ହାଜତକୁ ପଠାଯାଇଛି । ସେଠାରେ ସେ ଅପର ଡିଭିଜନ ସେଲରେ ରହିବେ । ସେପଟେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ତାଙ୍କ ଗିରଫଦାରୀକୁ ଚ୍ୟାଲେଞ୍ଜ କରି ଶ୍ରୀ ସୋରେନ ସୁପ୍ରିମ୍କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସେ ପ୍ରଥମେ ଝାଡ଼ଖଣ୍ଡ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ କିନ୍ତୁ ସେହି ଆବେଦନ ପ୍ରତ୍ୟାହାର କରାଯାଇଛି । ଆସନ୍ତା କାଲି ଏହାର ଶୁଣାଣି ହେବାର ଅଛି । ଶୁକ୍ରବାର ସୁପ୍ରିମକୋର୍ଟର ନିର୍ଦ୍ଦେଶ ପରେ ପିଏମଏଲଏ କୋର୍ଟ ଏହାର ଶୁଣାଣି କରିବ । ମାମଲାର ଶୁଣାଣି ଶେଷ ନହେବା ଯାଏ ହେମନ୍ତ ଜେଲ୍ ରେ ରହିବେ ବୋଲି କୁହାଯାଇଛି ।