Pratidin TV

Odisha's Digital News Platform

ଜୁଲାଇ ୭ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ହେମନ୍ତ ସୋରେନ

1 min read

ପୁଣି ନିଜ ଗାଦିରେ ବସିବାକୁ ଯାଉଛନ୍ତି ହେମନ୍ତ ସୋରେନ | ଜୁଲାଇ ୭ରେ ସେ ଝାଡ଼ଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ତାଙ୍କ ସହ ଅନେକ ମନ୍ତ୍ରୀ ମଧ୍ୟ ଶପଥ ନେବେ ବୋଲି କୁହାଯାଉଛି। ସରକାର ଗଠନର ସମସ୍ତ ପ୍ରକ୍ରିୟା ପୁରା ହୋଇଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ ବୁଧବାର ଦିନ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମଏମ) ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା | ବୈଠକରେ ହେମନ୍ତଙ୍କୁ ପୁନର୍ବାର ମୁଖ୍ୟମନ୍ତ୍ରୀ କରାଯିବା ନେଇ ନିଷ୍ପତ୍ତି ହୋଇଥିଲା। ଏହି ବୈଠକରେ ମେଣ୍ଟ ଦଳର ସମସ୍ତ ନେତା, ବିଧାୟକ ଉପସ୍ଥିତ ଥିଲେ | ହେମନ୍ତଙ୍କୁ ବିଧାୟକ ନେତା ଭାବେ ମଧ୍ୟ ଚୟନ କରାଯାଇଥିଲା |

Advertisement

ଏହାପରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ନିଜ ପଦରୁ ଇସ୍ତଫା ଦେଇଥିଲେ | ସୂଚନା ଅନୁଯାୟୀ ଜମି ଦୁର୍ନୀତି ମାମଲାରେ ଗିରଫ ହୋଇ ବିର୍ସା ମୁଣ୍ଡା ସେଣ୍ଟ୍ରାଲ ଜେଲରେ ୫ ମାସ ରହିବା ପରେ ଝାଡଖଣ୍ଡ ହାଇକୋର୍ଟ ଗତ ଜୁନ ୨୮ ତାରିଖରେ ତାଙ୍କୁ ମୁକ୍ତି ଦେଇଥିଲେ।

Leave a Reply

Your email address will not be published. Required fields are marked *