ଝାଡ଼ଖଣ୍ଡରେ କାମ ଦେଲାନି ମୋଦି ମ୍ୟାଜିକ ‘ ୩୯ହଜାର ଭୋଟରେ ବିଜୟ ହେଲେ ହେମନ୍ତ ସୋରେନ…
1 min readନା କାମ ଦେଲା ଅନୁପ୍ରବେଶ ପ୍ରସଙ୍ଗ ନା ଆଦିବାସୀ ନେତାଙ୍କ ଚକ୍ରବ୍ୟୂହ ନା ବିଜେପି ସପକ୍ଷରେ ଗଲା ଶାସନ ବିରୋଧୀ ଲହର । ପୁଣି ପ୍ରମାଣିତ ହେଲା, ଝାଡଖଣ୍ଡରେ ହେମନ୍ତ ହିଁ ହିରୋ। ବିଜେପିର ସବୁ ବିଜୟ ବ୍ଲୁପ୍ରିଣ୍ଟକୁ ଝାଡଖଣ୍ଡରୁ ଲାଗିଛି ବଡ ଝଟକା । ପୁଣିଥରେ ଝାଡ଼ଖଣ୍ଡରେ ଶାସନ କରିବ ସୋରେନ ସରକାର। ଇଡି ମାମଲାରେ ମୁଖ୍ୟମନ୍ତ୍ରୀ ହେମନ୍ତ ସାରେନ୍ ଫସିଥିଲେ ମଧ୍ୟ ତାଙ୍କ ଉପରେ ଭରସା କରିଛନ୍ତି ଝାଡ଼ଖଣ୍ଡ ଜନତା। ବାରହେଟ ଆସନରୁ ବିଜୟୀ ହୋଇଛନ୍ତି ହେମନ୍ତ ସୋରେନ।ବିପକ୍ଷ ପ୍ରାର୍ଥୀ ବିଜେପିର ଗାମଲିୟେଲ ହେମ୍ବରମଙ୍କୁ ୩୯ ହଜାର ୪୧୬ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି ସୋରେନ। ସୋରେନଙ୍କୁ ୯୪ ହଜାର ୮୪୦ ଖଣ୍ଡ ଭୋଟ୍ ମିଳି ଥିବାବେଳେ ହେମ୍ବରମଙ୍କୁ ୫୫ ହଜାର ୪୨୪ ଖଣ୍ଟ ଭୋଟ୍ ମିଳିଛି।
ସନ୍ଧ୍ୟା ୫ଟା ରିପୋର୍ଟ ଅନୁସାରେ, ୮୧ ଆସନ ବିଶିଷ୍ଟ ଝାଡ଼ଖଣ୍ଡ ନିର୍ବାଚନରେ ଇଣ୍ଡିଆ ମେଣ୍ଟ ୫୭ଟି ଆସନରେ ଆଗରେ ଥିଲା, ଯେଉଁଥିରେ ଦଳ ୨୩ଟିରେ ବିଜୟୀ ହୋଇ ସାରିଥିଲା। ସେହିପରି ବିଜେପି ନେତୃତ୍ୱାଧୀନ ଏନଡିଏ ଆଗୁଆ ଥିବା ୨୩ଟି ଆସନରୁ ୭ଟିରେ ବିଜୟୀ ହୋଇ ସାରିଥିଲା ଏବଂ ଅନ୍ୟାନ୍ୟ ଗୋଟିଏ ସିଟରେ ବିଜୟୀ ହୋଇଥିଲା।