ହେରା ପଞ୍ଚମୀ ; ଆଜି ରାଗରେ ନନ୍ଦିଘୋଷ ରଥ ଭାଙ୍ଗିବେ ମା ଲକ୍ଷ୍ମୀ
1 min readନବଦିନାତ୍ମକ ଘୋଷଯାତ୍ରାରେ ମହାପ୍ରଭୁ ନିଜ ମାନବୀୟ ଳୀଳାଖେଳା ଦେଖାଇବା ପାଇଁ ନିଜ ଭାଇ ଭଉଣୀଙ୍କ ସହ ଗୁଣ୍ଡିଚା ଆସିଯାଇଥିବାରୁ ମା ଲକ୍ଷ୍ମୀ କରିଛନ୍ତି ଅଭିମାନ । ଆଉ ଆଜି ସେଇ ହେରା ପଞ୍ଚମୀ , ପରମ୍ପରା ଅନୁଯାୟୀ, ଆଜି ସଂଧ୍ୟାରେ ମହାଲକ୍ଷ୍ମୀ ଏକ ସ୍ୱତନ୍ତ୍ର ବିମାନରେ ଶ୍ରୀମନ୍ଦିରରୁ ବାହାରି ଗୁଣ୍ଡିଚା ମନ୍ଦିରକୁ ଯିବେ।
ଘଣ୍ଟଘଣ୍ଟା, କାହାଳୀ ଶୋଭାଯାତ୍ରାରେ ବଡ଼ଦାଣ୍ଡ ଦେଇ ଶ୍ରୀଗୁଣ୍ଡିଚା ମନ୍ଦିରଠାରେ ପହଞ୍ଚିବେ।କାଳିଆ ଠାକୁର ଜନ୍ମବେଦୀକୁ ଆସିବା ବେଳେ ମହାଲକ୍ଷ୍ମୀଙ୍କୁ ସାଙ୍ଗରେ ଆଣି ନ ଥିବାରୁ ମା’ ଅଭିମାନ କରିଛନ୍ତି।
ସେହିପରି ୯ ଦିନର ଯାତ୍ରା ନ ସରିବା ପର୍ଯ୍ୟନ୍ତ ମହାପ୍ରଭୁ ଶ୍ରୀମନ୍ଦିର ଫେରିବେ ନାହିଁ ବୋଲି ମା’ଲକ୍ଷ୍ମୀଙ୍କୁ କହିଥାନ୍ତି। ଆଉ ରାଗରେ ମା ନନ୍ଦିଘୋଷ ରଥ ଭାଙ୍ଗି ପୁଣି ଶ୍ରୀମନ୍ଦିରକୁ ଚାଲିଯିବେ ।