Pratidin TV

Odisha's Digital News Platform

ସାରାଙ୍କୁ କାଟିଲେ ସାମ୍ନଥା : ଭିକିଙ୍କ ସହ ଏଥର ନଜର ଆସିବେ ସାଉଥ୍ ସୁନ୍ଧରୀ

1 min read

ନୂଆଦିଲ୍ଲୀ : ଆଦିତ୍ୟ ଧରଙ୍କ ନିର୍ମିତ ବହୁ ପ୍ରତୀକ୍ଷିତ ଫିଲ୍ମ ଦ ଇମ୍‌ର୍ମୋଟାଲ ଅଶ୍ୱଥାମା ରେ ମୂଖ୍ୟ ଭୂମିକାରେ ନଜର ଆସିବେ ହ୍ୟାଡସମ୍ ହଙ୍କ ଭିକି କୌଶଲ । ଫିଲ୍ମର ପ୍ରଥମ ପୋଷ୍ଟର ରିଲିଜ୍ ହେବା ପରଠାରୁ ଦର୍ଶକମାନଙ୍କ ମନରେ ମହାଭାରତର ଅଶ୍ୱଥାମାଙ୍କ ଚରିତ୍ରକୁ ନେଇ କଳ୍ପନା ଜଳ୍ପନା ଚାଲିଥିବାରୁ ଫିଲ୍ମଟି ବହୁ ଚର୍ଚ୍ଚାରେ ରହିଆସୁଛି । ତେବେ ପ୍ରଥମେ ଏଥିରେ ଲେଡି ଲିଡ୍ ରୋଲ ପାଇଁ ଅଭିନେତ୍ରୀ ସାରା ଅଲ୍ଲୀ ଖାନଙ୍କୁ ବଛା ଯାଇଥିବା ବେଳେ, ଏବେ ଏହି ଚରିତ୍ରକୁ ନେଇ ଏକ ବଡ ଅଫ୍‌ଡେଟ୍ ସାମ୍ନାକୁ ଆସୁଛି । ମିଳିଥିବା ସୂଚନା ଅନୁଯାୟୀ । ବର୍ତ୍ତମାନ ଏହି ଚଳଚ୍ଚିତ୍ରର କାମ ଆରମ୍ଭ ହେଉଛି । ଏହାକୁ ନେଇ କିଛି ପରିବର୍ତ୍ତନ ମଧ୍ୟ କରାଯାଇଛି । ଫିଲ୍ମରେ ସ୍କ୍ରିଫ୍ଟ ଏବଂ ମୁଖ୍ୟ ଅଭିନେତ୍ରୀ ସାରା ଅଲି ଖାନଙ୍କୁ ବଦଳାଇବାକୁ ନିଷ୍ପତ୍ତି ନିଆଯାଇଛି।

THE IMMORTAL ASWATHAMA


ମିଡିଆ ରିପୋର୍ଟ ଅନୁଯାୟୀ ସାରାଙ୍କୁ ଏହି ରୋଲରୁ ବାହାର କରିବା ପଛରେ ଏକ ବଡ କାରଣ ରହିଛି । କାରଣ ଷ୍ଟୋରୀରେ ଭିକିଙ୍କ ଅସ୍ୱଥାମା ଚରିତ୍ରରେ ତାଙ୍କ ଫିମେଲ ବା ମହିଳା କଳାକାର ବୟସରେ ଭିକିଙ୍କଠାରୁ ବଡ ଦେଖାଯିବା ଦରକାର । ଏଥିପାଇଁ ସାରାଙ୍କୁ ଏହି ଚରିତ୍ରରୁ ବାଦ୍ ଦେଇଛନ୍ତି ନିର୍ମାତା । ତେବେ ଏହି ଫିଲ୍ମକୁ ନେଇ ଆଉ ଏକ ଖବର ମଧ୍ୟ ସାମ୍ନାକୁ ଆସିଛି । ଯେ ଫିଲ୍ମ ନିର୍ମାତା ଆଦିତ୍ୟ ଧର ସାରାଙ୍କ ବଦଲରେ ସାମ୍ନଥା ରୁଥ୍ ପ୍ରଭୁଙ୍କୁ ଫାଇନାଲ କରିଛନ୍ତି । ସେହିପରି ଫିଲ୍ମଟ୨୦୨୩ ସୁଦ୍ଧା ବଡପରଦାରେ ମୁକ୍ତିଲାଭ କରିବ ବୋଲି ନିର୍ମାତା ଏକ ପ୍ରେସମିଟ୍‌ରେ ପ୍ରକାଶ କରିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *