Pratidin TV

Odisha's Digital News Platform

ମିଳିଲାନି ଶବବୁହା ଗାଡି ବାଇକ୍‌ରେ ବୁହାହେଲା ମୃତଦେହ..

1 min read

ବଲାଙ୍ଗୀର : ସରକାର ଲୋକଙ୍କ ପାଇଁ ବିଭିନ୍ନ ଯୋଜନା କରୁଥିବା ନେଇ ନିଜ ଫିଠି ଥାପଡାଉଛନ୍ତି । କିନ୍ତୁ ଉକ୍ତ ଯୋଜନା ଗୁଡିକ ଗ୍ରାଉଣ୍ଡ ଜିରୋରେ ଫେଲ ମାରୁଥିବା ନଗ୍ନ ଚିତ୍ର ସାମ୍ନାକୁ ଆସିଛି। ମୃତ ରୋଗୀମାନଙ୍କ ପାଇଁ ଶବ ବୁହା ଗାଡିର ବନ୍ଦୋବସ୍ଥ ଥିବା ସତ୍ୱେ ଆଜି ଜଣେ ରୋଗୀଙ୍କ ମୃତ୍ୟୁ ପରେ ପରିଜନ ଡାକ୍ତରଖାନା କର୍ମଚାରୀଙ୍କୁ ବାରମ୍ବାର ଗୁହାରି ମିନତି ପରେ ମଧ୍ୟ ଶବ ବୁହା ଗାଡି ଗୋଟିଏ ପାଇ ପାରି ନଥିଲେ ।

ଫଳରେ ହତାଶ ହୋଇ ଶବକୁ ବାଇକରେ ବୋହି ନେବାକୁ ବାଧ୍ୟ ହୋଇଥିଲେ । ଲୋଇସିଂହା ବ୍ଲକ ଅନ୍ତର୍ଗତ କୁଟେନପାଲି ଗ୍ରାମର ଅଶୋକ ତାଣ୍ଡିଙ୍କୁ ପ୍ରବଳ ଜ୍ୱର ହେବାରୁ ଗତ ୧୯ ତାରିଖ ଦିନ ବଲାଙ୍ଗୀର ଭୀମ ଭୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଦୁଇ ଦିନର ଚିକିତ୍ସା ପରେ ତାଙ୍କର ଅବସ୍ଥା ଆହୁରି ବିଗିଡିବାରେ ଲାଗିଥିବା ବେଳେ ଆଜି ସଂନ୍ଧ୍ୟା ୫.୩୦ରେ ତାଙ୍କର ମୃତ୍ୟୁ ହୋଇଥିଲା ।

Advertisement

ଗରିବ ପରିଜନଙ୍କ ପାଖରେ ଆଉ ଟଙ୍କା ନଥିବାରୁ ସେମାନେ ଶବ ବୋହା ଗାଡିର ବନ୍ଦୋବସ୍ତ କରିବା ପାଇଁ ଡାକ୍ତରଖାନା କର୍ମଚାରୀମାନଙ୍କ ପାଖରେ ନେହୁରା ହୋଇଥିଲେ । କିନ୍ତୁ କେତେବେଳେ ଗାଡି ନାହିଁ ତ ଆଉ କେତେବେଳେ ଗାଡି ଭାସି ଯାଇଛି କହି କର୍ମଚାରୀମାନେ ତାଙ୍କୁ ଭୁଆଁ ବୁଲାଇଥିଲେ । ଶେଷରେ ପରିଜନ ହତାଶ ହୋଇ ଶବକୁ ବାଇକରେ ୭,୩୦ ରେ ମେଡିକାଲ୍ ରୁ ସବସତ୍କାର କରିବା ପାଇଁ ବୋହି ନେବାକୁ ବାଧ୍ୟ ହୋଇଥିଲେ ।

Leave a Reply

Your email address will not be published. Required fields are marked *