Pratidin TV

Odisha's Digital News Platform

ରାଜ୍ୟରେ ହାଇ ଆର୍ଲଟ : କାଲିଠୁ ୧୩ ଜିଲ୍ଲାରେ ପ୍ରବଳ ବର୍ଷିବ

1 min read

ଭୁବନେଶ୍ୱର : କ୍ରମାଗତ ଭାବରେ ଆସୁଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ଅନେକ ଅଞ୍ଚଳର ସ୍ଥିତି ବେହାଲ ହୋଇପଡିଛି । କେଉଁସ୍ଥାନରେ ଭୂ-ଷ୍କଳନ ଦେଖାଦେଲାଣିତ ଅନ୍ୟ କେଉଁଠି ପୋଲ ଭୁଷୁଡିଲାଣି ପୁଣି କେଉଁଠି ରାସ୍ତା ଧୋଇଗଲାଣି । ତେବେ ଆସନ୍ତା କାଲିଠୁ ରାଜ୍ୟରେ ପୁଣି ବର୍ଷାର ପରିମାଣ ବଢିବ ବୋଲି ସୂଚନା ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ । ଆଗାମୀ ୨୪ ଘଣ୍ଟାରେ ସମସ୍ତ ଜିଲ୍ଲାରେ ବର୍ଷାର ଆଶଙ୍କା ସହ ୧୩ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ।

ପାଣିପାଗ କେନ୍ଦ୍ର ସୂଚନା ଅନୁ୍‌ଯାୟୀ ପଶ୍ଚିମ ମିଆଁମାର ଓ ତାର ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସକ୍ରିୟ ହେବା ଫଳରେ , ଆସନ୍ତା କାଲି ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ପ୍ରଭାବରେ ରାଜ୍ୟରେ ୧୩ ଓ୧୪ ତାରିଖରେ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଏହା ସହ ୧୫ ତାରିଖ ପର୍ଯ୍ୟନ୍ତ ଉକ୍ତ ଲଘୁଚାପ ପ୍ରଭାବରେ ରାଜ୍ୟର ଅଧିକାଂଶ ଜାଗାରେ ବର୍ଷାର ଆଶଙ୍କା କରାଯାଉଛି । ତେବେ ୧୩ ତାରିଖରୁ ୧୫ ଯାଏ ପବନର ବେଗ ଘଣ୍ଟାପ୍ରତି ୪୫ରୁ ୫୫ କିଲୋମିଟର ରହିବ । ଏହି ସମୟରେ ସମୁଦ୍ର ଅଶାନ୍ତ ରହିପାରେ । ଏନେଇ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି ।

Advertisement

ତେବେରାଜ୍ୟରେ୧୩ଓ୧୪ତାରିଖରେକଳାହାଣ୍ଡି,କନ୍ଧମାଳ,ନୟାଗଡ,ଖୋର୍ଦ୍ଧା,ଗଞାମ,ଗଜପତି,ନୟାଗଡ,ପୁରୀ,ଭଦ୍ରକ,ଯାଜପୁର,ଜଗତସିଂହପୁର,କେନ୍ଦ୍ରାପଡା,କଟକ,ଢେଙ୍କାନାଳ ,ଢେଙ୍କାନାଳ,ଖୋର୍ଦ୍ଧା ଜିଲ୍ଲାକୁ ଅରେଞୱାଣିଂସହ

ସହବଲାଙ୍ଗିର,ନୂଆପଡା,କୋରାପୁଟ,ରାୟଗଡା,ମାଲକାନାଗିରି,ନବରଙ୍ଗପୁରବୌଦ୍ଧ,କେଉଁଝର,ଦେଓଗଡ,ଅନୁଗୁଳ,ଝାରସୁଗୁଡା,ମୟୁରଭଞ,ବରଗଡ,ସୋନପୁର ଇତ୍ୟାଦି ଜିଲ୍ଲାକୁ ୟେଲୋ ୱାଣିଂଜାରି କରିଛି ପାଣିପାଗ ବିଭାଗ ।

Leave a Reply

Your email address will not be published. Required fields are marked *