Pratidin TV

Odisha's Digital News Platform

ମହାନଦୀରେ ବନ୍ୟା : ପାଣିଘେରରେ ଅନେକ ଅଞ୍ଚଳ

1 min read

ଭୁବନେଶ୍ୱର : ବର୍ତ୍ତମାନ ସୁର୍ଦ୍ଧା ହୀରାକୁଦ ଡ୍ୟାମର ୩୪ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ କାର୍ଯ୍ୟ ଜାରି ରହିଛି । ସକାଳ ୮ଟା ସୁଦ୍ଧା ହୀରାକୁଦ ଡ୍ୟାମ୍‌ର ଜଳସ୍ତର ୬୧୬.୫୮ ଫୁଟ୍ ଥିଲା ।ତେବେ ଆଜି ଏହି ବନ୍ୟାଜଳ କଟକ ମୁଣ୍ଡୁଳି ଅତିକ୍ରମ କରିବ । ଡ୍ୟାମକୁ ୫,୪୧,୯୮୮କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ,୫,୪୧,୫,୬୧,୦୫୪ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି ।
ସେହିଭଳି ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗି ରହିବା ସହ ଛତିଶଗଡଠାରେ ପ୍ରବଳ ବର୍ଷା ଲାଗି ରହିଥିବାରୁ ବନ୍ୟା ଆଶଙ୍କା ଥିବା ନେଇ ସୂଚନା ଦେଲେ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ।


ହୀରାକୁଦର ୩୪ଟି ଗଟେ୍ ଖୋଲିବା ପରେ ସୁବର୍ଣ୍ଣପୁରର ବିନିକା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖାଦେଇଛି । ତାସହ ଝରାପଡା,କୋଲପଡା ଓ ସେଲେରୀ ପଞ୍ଚାୟତ ଭିତରେ ମଧ୍ୟ ମହାନଦୀର ପାଣି ପଶିଯାଇଛି । ବିନିକାକୁ ସଂଯୋଗ କରୁଥିବା ରାସ୍ତାଉପରେ ପାନି ଚାଲିବାରୁ ଉକ୍ତ ଅଞ୍ଚଳକୁ ଯୋଗାଯୋଗ ବିଛିନ୍ନ ହୋଇଯାଇଛି ।
ସମ୍ବଲପୁରର ମାଳତୀ ସେତୁ ଜୋର ବୁଡିବା ଫଳରେ ,ସୋନପୁର ଓ ସମ୍ବଲପୁର ମଧ୍ୟ ବନ୍ୟା ପରିସ୍ଥତି ଉପୁଜି ଦୁଇ ଅଞ୍ଚଳ ମଧ୍ୟରେ ଯୋଗାଯୋଗ ବିଛିନ୍ନ ହୋଇଯାଇଛି ।

Advertisement


ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଆଜି ରାଜ୍ୟରେ ସର୍ବାଧିକ ବର୍ଷା ରେକଡ୍ କରାଯାଇଛି – ପୁରୀରେ ୯୪ମିଲିମିଟର, ହେମଗିରି ଓ ସୁନ୍ଦରଗଡରେ ୨୧୦ ମିଲିମିଟର ,ଅସ୍ତରଙ୍ଗରେ ୧୬୮ମିଲିମିଟର ସେହିଭଳି ଏରସମାରେ ସର୍ବାଧିକ ୨୧୫ ମିଲିମିଟର ବର୍ଷାଜଳ ରେକର୍ଡ କରାଯାଇଛି ।


ଅନ୍ୟପକ୍ଷରେ ଲଗାଣ ବର୍ଷା ଜାରି ରହିଥିବାରୁ ବୈତରଣୀ ଓ ଜଳକା ନଦୀରେ ଜଳ ସ୍ତର ବିପଦ ସଂକେତ ଟପିଛି। ଭଦ୍ରକ ଜିଲ୍ଲା ଆଖୁଆପଦା ଠାରେ ବୈତରଣୀର ବିପଦ ସଂକେତ ୧୭.୮୩ ମିଟର ରହିଥିବା ବେଳେ ଏବେ ଏଠାରେ ଏହା ୧୮.୦୦ ମିଟରରେ ପ୍ରବାହିତ ହେଉଛି। ଲଘୁଚାପ ଜନିତ ବର୍ଷା ଚାଲିଥିବାରୁ ଜଳସ୍ତର ଆହୁରି ବଢ଼ିପାରେ ବୋଲି ଆକଳନ କରାଯାଉଛି। ବୈତରଣୀ ନଦୀର ଜଳସ୍ତର ବୃଦ୍ଧି ଯୋଗୁ ଯାଜପୁର ଜିଲ୍ଲାର ଦଶରଥପୁର ଓ କୋରେଇ ବ୍ଲକ ପ୍ରଭାବିତ ହେବାର ଆଶଙ୍କା ସୃଷ୍ଟି ହୋଇଛି। ବୈତରଣୀ ନଦୀରେ ପ୍ରଥମ ବନ୍ୟାଜଳ ଆସିବା ପରେ ଯାଜପୁର ବ୍ଲକରେ ପ୍ରବାହିତ ଏହାର ଶାଖା ନଦୀ ବୁଢ଼ା ଓ କାଣୀ ନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ବିଶେଷ କରି ବୈତରଣୀ ନଦୀରେ ବନ୍ୟା ଆସିଲେ ଦଶରଥପୁରର କୟାଁ, କମାରଢ଼ି, ଖାନ ନଗର, ଦତ୍ତପୁର, କସପା, ନିଜାମପୁର ଅଂଚଳ ଅଧିକ କ୍ଷତିଗ୍ରସ୍ତ ହେଉଥିବାରୁ ଏହି ସବୁ ଗାଁର ଲୋକେ ଚିନ୍ତିତ ଅଛନ୍ତି।


ସେହିଭଳି ଲଗାଣ ବର୍ଷା ଫଳରେ କନ୍ଧମାଳ ଜିଲ୍ଲରେ ସବୁ ଛୋଟ ବଡ ନଦୀରେ ଜଳସ୍ତର ବୃଦ୍ଧି ପାଇଛି । ସେଠାରେ କିଛି ଗାଁ ମଧୟ ଜଳବୃଦ୍ଧି ଯୋଗୁ ବାହ୍ୟଜଗତରୁ ବିଛିନ୍ନ ହୋଇଯାଇଛନ୍ତି ।


ହୀରାକୁଦ ଡ୍ୟାମ୍ରୁ ୩୪ଟି ଗେଟ ଦେଇ ଜଳ ନିଷ୍କାସନ ସହିତ ତଳ ମୁଣ୍ଡରେ ବର୍ଷା ହେଉଥିବା ଯୋଗୁ କଟକ ଜିଲ୍ଲାର ତଳିଆ ଅଞ୍ଚଳରେ ଏବେ ଜଳସ୍ତର ବୃଦ୍ଧିପାଉଛି। ବଡ଼ମ୍ବାର ଅଧିଷ୍ଠାତ୍ରୀ ଦେବୀ ମା’ ଭଟ୍ଟାରିକାଙ୍କ ମନ୍ଦିରର ମୁଖଦ୍ୱାର ଛୁଇଁଲାଣି ମହାନଦୀର ବନ୍ୟାଜଳ। ଲଗାଣ ବର୍ଷାରେ ବନ୍ୟପାଣି ପଶି ବଡ଼ମ୍ବା ବ୍ଳକର ହଜାର ହଜାର ଚାଷଜମି ଜଳାର୍ଣ୍ଣବ ହୋଇଛି। ଫଳରେ ଚିନ୍ତାରେ ପଡ଼ି ଯାଇଛି ଚାଷୀ।


ସେହିଭଳି କେନ୍ଧୁଝର ରେମାଲ ପୋଲ ବୁଡିବା ଦ୍ୱାରା ଲୋମାନେ ରସି ସାହାର୍ଯ୍ୟରେ ସୁରକ୍ଷିତ ସ୍ଥାନକୁ ସ୍ଥାନ୍ତାରଣ କରିଛି ଅଗ୍ନୀବାହୀ ଟିମ୍ ।ସୂଚନା ଅନୁଯାୟୀ ଉକ୍ତ ପୋଲ ଉପରେ ପ୍ରାୟ ୩ ପୁଟର ପାଣି ଚାଲୁଛି ।


ଅନ୍ୟପକ୍ଷରେ ଦାଉ ସାଜିଛି ବଙ୍ଗୋପସାଗରରେ ଗତକାଲି ସୃଷ୍ଟି ହୋଇଥିବା ଆଉ ଏକ ଲଘୁଚାପ। ଆଜି ଏହା ଅବପାତର ରୂପ ନେବା ପରେ ରାଜ୍ୟରେ ୨ ଦିନ ଯାଏଁ ବର୍ଷା ସମ୍ଭାବନା ରହିଛି। ଏହାରି ପ୍ରଭାବରେ ଉପକୂଳ ଓ ଆଭ୍ୟନ୍ତରୀଣ ଜିଲ୍ଲା ଗୁଡ଼ିକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହା ସହିତ ଉପକୂଳ ଜିଲ୍ଲାଗୁଡ଼ିକରେ ଘଣ୍ଟାପ୍ରତି ୫୫ କିମି ବେଗରେ ପବନ ହେବା ସମ୍ଭାବନା ରହିଛି।

Leave a Reply

Your email address will not be published. Required fields are marked *