Pratidin TV

Odisha's Digital News Platform

ହାଇକୋର୍ଟଙ୍କ ଦେଲେ କଡ଼ା ନିର୍ଦ୍ଦେଶ ,ରାବଣପୋଡ଼ିରେ ହେବନି ବାଣ ପ୍ରତିଯୋଗିତା…

1 min read

ଆଉ ମାତ୍ର କେଇଦିନ ପରେ ଦଶହରା । ଯାହାକୁ ନେଇ ସବୁଠି ଏବେ ପାର୍ବଣର ମାହୋଲ । ତେବେ ଦଶମୀ ପରେ ହେଉଥିବା ରାବଣପୋଡ଼ିକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ତାହା ହେଲା ରାବଣପୋଡ଼ିରେ ବାଣ ପ୍ରତିଯୋଗିତା ହେବନାହିଁ । ସୁରୁଖୁରୁରେ ରାବଣପୋଡ଼ି ନେଇ ହାଇକୋର୍ଟ ଗୁରୁତ୍ୱ ରାୟ ପ୍ରଦାନ କରିଛନ୍ତି ।

କେବଳ ରଙ୍ଗୀନ ବାଣ ବ୍ୟବହାର ନେଇ ଆଡଭୋକେଟ କମିଟି ପକ୍ଷରୁ ପ୍ରସ୍ତାବ ଦିଆଯାଇଛି । ଏଥିସହ ଆସନ୍ତା ୧୦ ତାରିଖ ସୁଦ୍ଧା ବାଲିଯାତ୍ରା ତଳପଡ଼ିଆରେ ସମସ୍ତ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ  ଦିଆଯାଇଛି । ଏନେଇ ସିଏମସି ଓ ଜିଲ୍ଲା ପ୍ରଶାସନକୁ ହାଇକୋର୍ଟ ନିର୍ଦ୍ଦେଶ  ଦେଇଛନ୍ତି । ଅନ୍ୟପକ୍ଷରେ ଟ୍ରାଫିକ ପରିଚାଳନା ପାଇଁ ହାଇକୋର୍ଟ ଡିସିପିଙ୍କୁ ନିର୍ଦ୍ଦେଶ  ଦେଇଛନ୍ତି ।

Advertisement

Leave a Reply

Your email address will not be published. Required fields are marked *