Pratidin TV

Odisha's Digital News Platform

ଭରତପୁର ଥାନା ଘଟଣାରେ ହାଇକୋର୍ଟର ବଡ ଶୁଣାଣି ; ମେଜର-ପୀଡିତାଙ୍କ ନାଁ ଧରିବନି ଗଣାମାଧ୍ୟମ ।

1 min read

ଭରତପୁର ଥାନା ଘଟନାରେ ହାଇକୋର୍ଟ କଲା ବଡ ଶୁଣାଣି । ଭରତପୁର ଥାନା ଘଟଣାକୁ ନେଇ ହାଇକୋର୍ଟ ନିଜ ଆଡୁ ମାମଲା ରୁଜୁ କରି ଶୁଣାଣି କରିଛନ୍ତି। ସବୁ ଥାନାରେ ସିସିଟିଭି ବ୍ୟବସ୍ଥା ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ କରିବା ଉପରେ ଗୁରୁତ୍ବ ଦେଇଛନ୍ତି ଓଡ଼ିଶା ଉଚ୍ଚ ନ୍ୟାୟାଳୟ। ଏହା ସହ ଜନସ୍ୱାର୍ଥ ମାମଲା ମଧ୍ୟ ରୁଜ୍ଜୁ ହୋଇଛି ।

ଯାହା ଅନୁଯାୟୀ ମେଜର ଓ ତାଙ୍କ ବାନ୍ଧବୀ ଙ୍କ ନାଁ କୌଣସି ବି ଗଣମାଧ୍ୟମରେ ପ୍ରକାଶ ନକରିବାରୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଇଲେକ୍ଟ୍ରୋନିକ୍ସ ,ପ୍ରିଣ୍ଟ ମିଡିଆରେ କିମ୍ବା ସାମାଜିକ ଗଣମାଧ୍ୟମରେ ସେମାନଙ୍କ ନାଁ ଫଟୋ ପ୍ରକାଶ ନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

Advertisement

ଖାଲି ସେତିକି ନୁହେଁ ଏହି ଘଟଣା କୋର୍ଟ ହାତକୁ ଯିବା ପରେ ତତ୍ପରତା ଦେଖାଇଛନ୍ତି କୋର୍ଟ । ରାଜ୍ୟରେ ସମସ୍ତ ଥାନାର ସିସିଟିଭି ସ୍ଥିତି ଜଣାଇବାକୁ ଏଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ସବୁ ଥାନାରେ ସିସିଟିଭି ଲାଗିଛି କି ନାହିଁ ଉତ୍ତର ମାଗିଛନ୍ତି । ଯଦି ଲାଗିନି କେତେ ଦିନ ଭିତରେ ଲାଗିବ ସେନେଇ ଜବାବ ଦେବାକୁ ଏଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

Leave a Reply

Your email address will not be published. Required fields are marked *