Pratidin TV

Odisha's Digital News Platform

ଏହି କାରଣ ପାଇଁ ରାହୁଲ ଗଣିବେ ଜୋରିମାନା ..

1 min read

ନିର୍ବାଚନ ପୂର୍ବରୁ ରାହୁଲ ଗାନ୍ଧୀଙ୍କୁ ଲାଗିଲା ବଡ଼ ଝଟକା । ଜୋରିମାନା ଗଣିବେ ରାହୁଲ ।  ଏକ ମାମଲାକୁ ନେଇ ଝାଡ଼ଖଣ୍ଡ ହାଇକୋର୍ଟ ଶୁଣାଣି କରି ରାହୁଲଙ୍କ ଉପରେ ଏକ ହଜାର ଟଙ୍କା ଜୋରିମାନା ଲଗାଇଛନ୍ତି  । ସୂଚନାନୁଯାୟୀ ବିଜେପିନେତା ତଥା ତତ୍କାଳୀନ  ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ବିରୋଧରେ ଅପମାନଜନକ ଟିପ୍ପଣୀ ଦେଇଥିଲେ । ଯାହାପରେ ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା । ଏହାକୁ ଖାରଜ କରିବାକୁ ସେ ଝାଡ଼ଖଣ୍ଡ ହାଇକୋର୍ଟରେ ଯାଚିକା ଦାୟର କରିଥିଲେ। ଗତ ମାସରେ ଉକ୍ତ ଯାଚିକାର ଶୁଣାଣି କରି ହାଇକୋର୍ଟ ତାଙ୍କୁ ଆଶ୍ବସ୍ତି ଦେଇଥିଲେ। ଏପରିକି ଚାଇବାସା କୋର୍ଟରେ ଚାଲୁଥିବା କାର୍ଯ୍ୟାନୁଷ୍ଠାନ ଉପରେ ରୋକ ଲଗାଇଥିଲେ। ହେଲେ ଏହି ମାମଲାରେ ରାହୁଲଙ୍କୁ ଜବାବ ଦାଖଲ କରିବା ଲାଗି କୁହାଯାଇଥିଲା।

ପ୍ରକାଶ ଯେ, ଚାଇବାସା ନିବାସୀ ପ୍ରତାପ କଟିୟାର ନାମକ ବ୍ୟକ୍ତି ରାହୁଲଙ୍କ ବିରୋଧରେ ରୁଜୁ କରିଥିବା ମାମଲାରେ ଅଭିଯୋଗ କରିଥିଲେ ଯେ ସେ ୨୦୧୮ରେ ଶାହାଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। କଂଗ୍ରେସରେ କୌଣସି ହତ୍ୟାକାରୀ ରାଷ୍ଟ୍ରୀୟ ଅଧ୍ୟକ୍ଷ ହୋଇପାରିବେ ନାହିଁ ବୋଲି ସେ କହିଥିଲେ। ଏହି ଅଭିଯୋଗ ଉପରେ ରାହୁଲଙ୍କ ବିରୋଧରେ ୨୦୨୨ ଏପ୍ରିଲରେ ଓ୍ବାରେଣ୍ଟ ଜାରି ହୋଇଥିଲା। ଏହାକୁ ଅଣଦେଖା କରିବାରୁ ୨୦୨୪ ଫେବୃଆରୀରେ ତାଙ୍କ ବିରୋଧରେ ଜାମିନବିହୀନ ପରଓ୍ବାନା ଜାରି କରାଯାଇଥିଲା। ଏହାକୁ ନେଇ ରାହୁଲ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

Advertisement

Leave a Reply

Your email address will not be published. Required fields are marked *