Pratidin TV

Odisha's Digital News Platform

ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କୁ ହାଇକୋର୍ଟ ନୋଟିସ୍ । ଦୀପାଳି ଆଣିଥିଲେ ଏଭଳି ଅଭିଯୋଗ …..

1 min read

ଅସୁବିଧାରେ ଫସିଲେ ଝାରସୁଗୁଡା ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ । କୋର୍ଟ ରେ ହାଜର ହେବାକୁ ନୋଟିସ୍ ଜାରିକରିଛି ହାଇକୋର୍ଟ । ସେପ୍ଟେମ୍ବର ୨୩ରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦିିଆଯାଇଛି ।

ତେବେ ଘଟଣାଟି ଏମିତିକି କି ଏଥର ୨୦୨୪ ନିର୍ବାଚନ ଫଳାଫଳ ପ୍ରାୟ ସମସ୍ତଙ୍କୁ ଚମକାଇ ଦେଇଥିଲା । ବିଜେଡି ଗଡରେ ବିଜେପି ବାଜି ମାରିଥିଲା । ଯାହା ଜନ ସାଧାରଣଙ୍କ ଆଶ୍ଚର୍ଯ୍ୟ ଚକିତ କରିବା ସହ ନେତା ମନ୍ତ୍ରୀ ମାନଙ୍କ ହୋସ୍ ମଧ୍ୟ ଉଡାଇଥିଲା । ଝାରସୁଗୁଡା ନିର୍ବାଚନ ହାରିବା ପରେ ମୃତ ନବ ଦାସଙ୍କ ଝିଅ ଦୀପାଳି ଦାସ (ବିଜେଡି ବିଧାୟିକା)ଆଣିଥିଲେ ଅଭିଯୋଗ ।

Advertisement

ଖୁବ କମ୍ ବ୍ୟବଧାନ ଭୋଟରେ ଟଙ୍କଧର ଦୀପାଳୀଙ୍କଠାରୁ ଜିତିବା ପରେ ଇଭିଏମ୍ ଟ୍ୟାମ୍ପରିଙ୍ଗ ନେଇ ଅଭିଯୋଗ ଆଣିବା ସହ ପୁଣି ଭୋଟ କାଉଣ୍ଟିଙ୍ଗ କରିବାକୁ ଇଲେକ୍ସନ୍ କମିଶନଙ୍କୁ ନିବେଦନ କରିଥିଲେ ଦୀପାଳି । ଏହା ସହ ନିର୍ବାଚନ ପୂର୍ବରୁ ସତ୍ୟପାଠରେ ଅପରାଧିକ ମାମଲା ଲୁଚାଇଥିବା ଅଭିଯୋଗ କରି କୋର୍ଟ ଦ୍ୱାରସ୍ଥ ହୋଇଥିଲେ ବିଜେଡି ନେତ୍ରୀ ଦୀପାଳି ।

Leave a Reply

Your email address will not be published. Required fields are marked *