Pratidin TV

Odisha's Digital News Platform

କ୍ରାଇମ୍‌ବ୍ରାଞ୍ଚ ହାତକୁ ଗଲା ମଡେଲ ସୌମ୍ୟ ମୃତ୍ୟୁ ମାମଲା , ୩ ମାସରେ ତଦନ୍ତ ସାରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ..

1 min read

ଭୁବନେଶ୍ୱର : ବହୁ ଚର୍ଚ୍ଚିତ ମଡେଲ ସୌମ୍ୟ ପାଣିଗ୍ରାହୀ ମୃତ୍ୟୁ ମାମଲାରେ ଏବେ ତଦନ୍ତ ଚଳାଇବ କ୍ରାଇମବ୍ରାଞ୍ଚ । ଆଜି ସପୃକ୍ତ ମାମଲାର ଶୁଣାଣି କରି ହାଇକୋର୍ଟ ଏହି ମାମଲା କ୍ରାଇମବ୍ରାଞ୍ଚଙ୍କ ହାତକୁ ଦେଇଛନ୍ତି । ଏହାକୁ ୩ ମାସ ଭିତରେ ସାରିବାକୁ ମଧ୍ୟ ହାଇକୋର୍ଟ ନିର୍ଦ୍ଦେଶ ଜାରିକରିଛି । କାରଣ ସୌମ୍ୟଙ୍କ ମୃତ୍ୟୁକୁ ବର୍ଷେ ପୂରିବାକୁ ଥିଲେ ମଧ୍ୟ ସପୃକ୍ତ ମାମଲାରେ ମୃତକଙ୍କ ପରିବାକୁ ନ୍ୟାୟ ମିଳିପାରିନାହିଁ ।

୪ ଫେବୃଆରୀ ୨୦୨୨ ମସିହାରେ ମଡେଲ ସୌମ୍ୟ ଆତ୍ମହତ୍ୟା କରିଥିଲେ । ତେବେ ମତ୍ୟୁ ପୂର୍ବରୁ ୪ ପୃଷ୍ଟାର ସୁଇସାଇଡ୍ ନୋଟ୍ ଲେଖିଦେଇଯାଇଥିଲେ । ଯେଉଁଥିରେ ସୌମ୍ୟ ତାଙ୍କ ମୃତ୍ୟୁ ପାଇଂ ପ୍ରେମିକା ସୋନାଲି ନନ୍ଦଙ୍କୁ ଦାୟୀ କରିଥିଲେ । ସୁଚନାଯୋଗ୍ୟ ଯେ ସୌମ୍ୟ ଏବଂ ସୋନାଲିଙ୍କ ମଧ୍ୟରେ ଦୀର୍ଘ ଦିନର ପ୍ରେମ ସର୍ମ୍ପକ ଥିଲା । ଏମିତିକି କଥା ବିବାହ ଯାଏ ମଧ୍ୟ ଯାଇଥିଲା । କିନ୍ତୁ ହଠାତ୍ ସୋନାଲି ସୋମ୍ୟଙ୍କୁ ବିବାହ କରିବାକୁ ମନାକରିଦେଇଥିଲେ । ତାସହ ତାଙ୍କୁ ବାଧିଲା ଭଳି କଥା ମଧ୍ୟ କହିଥିଲେ । ଯେଉଁଥିରେ ମର୍ମାହତ ହୋଇ ସୋମ୍ୟ ଆତ୍ମହତ୍ୟା କରିଥିଲେ । ସୌମ୍ୟଙ୍କ ମୃତ୍ୟୁ ପରେ ସୋନାଲି – ସୌମ୍ୟଙ୍କ ମଧ୍ୟରେ ଫୋନରେ ହୋଇଥିବା କଥାବାର୍ତ୍ତାର ଏକ ଅଡିଓ ମଧ୍ୟ ଭାଇରାଲ ହୋଇଥିଲା । ଯେଉଁଥିରେ ସୋନାଲି ସୌମ୍ୟଙ୍କୁ ବେଖାତିର କରି କଥାହୋଇଥିଲେ ।

Advertisement

ସେହିଭଳି ସୌମ୍ୟଙ୍କ ମୃତଦେହ ପାଖରୁ ଉକ୍ତ ଚିଠି ମିଳିଥିଲେ ମଧ୍ୟ ଇମ୍ପୋସିଟି ପୋଲିସ ସପୃକ୍ତ ମାମଲାରେ କୌଣସି ପ୍ରକାରର କାର୍ଯ୍ୟନୁଷ୍ଠାନ ଗ୍ରହଣ କରିନଥିଲେ । ସେ ସୌମ୍ୟଙ୍କ ମୃତ୍ୟୁକୁ ଏକ ଅପମୃତ୍ୟୁ ରୂପ ଦେଇ କେସ୍‌ଟିକୁ ବନ୍ଧ କରାଇଦେଇଥିଲେ ।

ଏହାପରେ ସୋମ୍ୟଙ୍କ ପରିବାର ନ୍ୟାୟ ଦାବିରେ ଭୁବନେଶ୍ୱର କମିଶନରେଟ୍‌ପୋଲିସ ଡିସିପି ପ୍ରତିକ ସିଂ ଙ୍କୁ ଭେଟି ସପୃକ୍ତ ମାମଲା ବିଷୟରେ ଜଣାଇଥିଲେ । ତାପରେ ମଧ୍ୟ ପୋଲିସ ପକ୍ଷରୁ କୌଣସି ପ୍ରକାରର କାର୍ଯ୍ୟନୁଷ୍ଠାବନ ଗ୍ରହଣ କରାଯାଇନଥିଲା । ପରିବାର ଲୋକେ ଶେଷରେ ନିରୂପାୟ ହୋଇ ହାଇକୋର୍ଟ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟ ଏହି ମାମଲାକୁ ପୁଣି ଥରେ ଖୋଲିବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ଏପ୍ରିଲମାସରୁ ପୁଣି ଥରେ ଖୋଲାଯାଇଥିବା ଏହି ମୃତ୍ୟୁ ମାମଲାଟିର କୌଣସି ଅଗ୍ରଗତି ନଦେଖାଯିବାରୁ ଆଜି ହାଇକୋର୍ଟ ଅସୋନ୍ତଷ ବ୍ୟକ୍ତ କରି ସପୃକ୍ତ ମାମଲାଟିକୁ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରି ଏହାକୁ ୩ ମାସ ସୁଦ୍ଧା ସାରିବାକୁ ଆଦେଶ ଦେଇଛନ୍ତି ହାଇକୋର୍ଟ ।

Leave a Reply

Your email address will not be published. Required fields are marked *