ହାଇକୋର୍ଟ ଦେଲେ ନିର୍ଦ୍ଦେଶ!ଗ୍ୟାସ ସିଲିଣ୍ଡର ଫାଟିଲେ ମିଳିବ ୫ ଲକ୍ଷ ଟଙ୍କା…
1 min readହାଇକୋର୍ଟଙ୍କ ନିର୍ଦ୍ଦେଶ ଏଣିକି ଗ୍ୟାସ ସିଲିଣ୍ଡର ଫାଟିଲେ ମିଳିବ ୫ ଲକ୍ଷ ଟଙ୍କା । ରୋଷେଇ ଗ୍ୟାସ ସିଲିଣ୍ଡର ବିସ୍ଫୋରଣରେ ଗୁରୁତର ଆହତ ହୋଇ ୫୦ ପ୍ରତିଶତ ଶାରୀରିକ ଅକ୍ଷମ ହେଉଥିବା ବ୍ୟକ୍ତିଙ୍କୁ କ୍ଷତିପୂରଣ ବାବଦରେ ୫ ଲକ୍ଷ ଟଙ୍କା ପ୍ରଦାନ କରିବ ବୀମା କମ୍ପାନୀ । ଏକ ମାମଲାର ଶୁଣାଣି କରି ଏପରି ଗୁରୁତ୍ବପୁର୍ଣ ରାୟ ଦେଇଛନ୍ତି ହାଇକୋର୍ଟ । ରୋଷେଇ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ଯୋଗୁଁ ଲୋକେ ଗୁରୁତର ଆହତ ହେବା ସହ ଶାରୀରିକ ଓ ମାନସିକ ଆଘାତ ପାଉଛନ୍ତି । ଏପରି ସ୍ଥିତିରେ ସେମାନେ ଆର୍ଥିକ ବୋଝ ସହିବା ସହ ଯନ୍ତ୍ରଣା, ଦୁଃଖ ଓ କର୍ମ ନିଯୁକ୍ତି ହରାଉଛନ୍ତି ।
ଏପରି ପରିସ୍ଥିତିରେ ୫୦ ପ୍ରତିଶତ ଶାରୀରିକ ଅକ୍ଷମ ହେଉଥିବା ବ୍ୟକ୍ତିଙ୍କୁ ବୀମା କମ୍ପାନୀ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବେ ବୋଲି କୋର୍ଟ ନିଜ ରାୟରେ ଶୁଣେଇଛନ୍ତି । ତେବେ ଏଲପିଜି ସିଲିଣ୍ଡର ଗ୍ରାହକଙ୍କ ପାଇଁ ଜାତୀୟକରଣ ତୈଳ କମ୍ପାନୀଙ୍କ ଦ୍ଵାରା ବୀମା ପଳିସିର ବ୍ୟବସ୍ଥା କରାଯାଇଥାଏ । ହେଲେ ଏହି ବୀମା ପଲିସିରେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣରେ ମୃତ୍ୟୁବରଣ କଲେ ୫ ଲକ୍ଷ ଟଙ୍କା ଓ ଆହତ ହେଲେ ଚିକିତ୍ସା ପାଇଁ ୧ ଲକ୍ଷ ଟଙ୍କା ବ୍ୟବସ୍ଥା ରହି ଆସିଛି । ଯାହା ଉପରେ କୋର୍ଟ ବିରକ୍ତି ପ୍ରକାଶ କରିବା ସହ ଏପରି ରାୟ ଦେଇଛନ୍ତି ।