ହାଇକୋର୍ଟଙ୍କ ନିର୍ଦ୍ଦେଶ, ମାର୍ଚ୍ଚ ୩୧ ସୁଦ୍ଧା ସବୁ ଥାନାରେ ଲାଗିବ CCTV…
1 min readମେଜର ଓ ତାଙ୍କ ବାନ୍ଧବୀଙ୍କୁ ଭରତପୁର ଥାନାରେ ନିର୍ଯାତନା ମାମଲାରେ ବିଚାର ବିଭାଗୀୟ ତଦନ୍ତ ଜାରି ରହିଛି। ଏସବୁ ଭିତରେ ବଡ ଖବର ସାମ୍ନାକୁ ଆସିଛି।ହାଇକୋର୍ଟରେ ଏହି ଘଟଣାର ଶୁଣାଣି ହୋଇଛି । ସେନା ଅଧିକାରୀଙ୍କ ପାଇଁ ଥାନାରେ କିଭଳି ବ୍ୟବହାର ରହିବ ସେନେଇ ଜାରି ହୋଇଥିବା SOP ବାବଦରେ କୋର୍ଟଙ୍କୁ ଅବଗତ କରାଇଲେ ଆଡଭୋକେଟ୍ ଜେନେରାଲ । SOPର ନକଲ ଆମିକସ୍ କ୍ୟୁରୀଙ୍କୁ ଦେବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ ।
ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ରାଜ୍ୟରେ ସବୁ ଥାନାରେ CCTV ଲାଗିବା ସମ୍ପୂର୍ଣ୍ଣ କରାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଭରତପୁର ଥାନା ଘଟଣାରେ ହୋଇଥିବା ସମସ୍ତ ମାମଲାର ତଦନ୍ତ ଜାରି ରହିଥିବା ନେଇ ହାଇକୋର୍ଟଙ୍କୁ ଜଣାଇଲେ ଏଜି । ଆସନ୍ତା ମଙ୍ଗଳବାର ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ ହୋଇଛି ।ସୂଚନା ଅନୁସାରେ, ଭରତପୁର ଥାନା ମାମଲାରେ ସମ୍ପୃକ୍ତ ସମସ୍ତ ପକ୍ଷ ନଭେମ୍ବର ୧୪ରେ ହାଜର ହେବେ। ତଦନ୍ତ କମିଶନଙ୍କ ନିକଟରେ ହାଜର ହୋଇ ନିଜ ପକ୍ଷ ରଖିବାକୁ କମିଶନ ନିର୍ଦେଶ ଦେଇଛନ୍ତି। ମେଜର ଓ ବାନ୍ଧବୀଙ୍କୁ ହାଜର ହେବା ପାଇଁ ନୋଟିସ ଜାରି ହୋଇଥିବାବେଳେ ୫ ପୁଲିସ କର୍ମୀ ଓ ୭ ଯୁବକଙ୍କୁ ମଧ୍ୟ ହାଜର ହୋଇ ନିଜ ପକ୍ଷ ରଖିବାକୁ କମିଶନ ନିର୍ଦେଶ ଦେଇଛନ୍ତି।