Pratidin TV

Odisha's Digital News Platform

ମୋଟାପଣ ବଢ଼ାଉଛି ହାଇ-ସ୍ପିଡ଼ ଇଣ୍ଟରନେଟ ! ଅନୁସନ୍ଧାନରୁ ଆଶ୍ଚର୍ଯ୍ୟଜନକ ତଥ୍ୟ

1 min read

High-speed Internet is increasing obesity! Surprising facts from research

ଆଜିର ସମୟରେ ଇଣ୍ଟରନେଟର ବ୍ୟବହାର ବହୁଳ ଭାବରେ ବୃଦ୍ଧି ପାଇବରେ ଲାଗୁଚି | କହିବାକୁ ଗଲେ ସମସ୍ତ କାର୍ଯ୍ୟ ଇଣ୍ଟରନେଟ ଦ୍ୱାରା ହିଁ ହେଉଛି | ସମଗ୍ର ବିଶ୍ୱକୁ ସଂଯୋଗ କରି ରଖିବାରେ ସାହାଯ୍ୟ କରୁଛି ଇଣ୍ଟରନେଟ | ତେବେ ଇଣ୍ଟରନେଟ ଯେତିକି ଭଲ ସାଜୁଛି ସେତିକି ଜୀବନ ପାଇଁ କ୍ଷତିକାରକ ମଧ୍ୟ ସଯୁଛି |

ପୂର୍ବରୁ ୨ଜିରୁ ଆରମ୍ଭ ହୋଇଥିଲା ଇଣ୍ଟରନେଟ, ବର୍ତ୍ତମାନ ତାହା ୪ଜି ରୁ ୫ଜି ଆସିକି ପହଞ୍ଚିଲାଣି | ବର୍ତମାନ ଇଣ୍ଟରନେଟର ବ୍ୟବହାର ଏବଂ ଇଣ୍ଟରନେଟର ସ୍ପିଡ଼ ଚରମ ଶସୀମାରେ | କିଛି ମଧ୍ୟ ଜାଣିବାକୁ କି କାର୍ଯ୍ୟ କରିବାକୁ ହେଲେ ଇଣ୍ଟରନେଟ ତୁରନ୍ତ କରିଦେଉଛି |

Advertisement

ତେବେ ଏହା ବିଶ୍ଵକୁକ ଯୋଡିବା ଏବଂ କାର୍ଯ୍ୟରେ ଯେତିକି ସାହାଯ୍ୟ କରୁଛି, ସେତିକି ଜୀବନ ଓ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ସାଜିଛି | ବର୍ତ୍ତମାନର ସମୟରେ ଇଣ୍ଟନେଟର ହାଇ-ସ୍ପିଡ଼ ଯୋଗୁଁ ମଣିଷ ସ୍ୱାସ୍ଥ୍ୟ ପାଇଁ ବିପଦ ସାଜିଛି | ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ | ନିକଟରେହୋଇଟଂରହିବ ଏକ ଅଧ୍ୟୟନରୁ ଜଣାପଡିଛି ଯେ ହାଇ ସ୍ପିଡ୍ ଇଣ୍ଟରନେଟ୍ ଯୋଗୁଁ ଅଷ୍ଟ୍ରେଲିଆରେ ମେଦବହୁଳତା ବୃଦ୍ଧି ପାଉଛି |

ବୈଜ୍ଞାନିକ ମାନଙ୍କ ଅନୁସନ୍ଧାନ ଅନୁସାରେ, ଅନଲାଇନ ଗେମିଂ ଏବଂ ଷ୍ଟ୍ରିମିଂ ପ୍ଲାଟଫର୍ମରେ କ୍ରମାଗତ ଭିଡିଓ ଦେଖିବା ଭଳି ଇଣ୍ଟରନେଟ କାର୍ଯ୍ୟକଳାପ ଯୋଗୁଁ ଅଷ୍ଟ୍ରେଲିଆରେ ମୋଟାପଣ ଦ୍ରୁତ ଗତିରେ ବଢୁଛି । ହାଇ-ସ୍ପିଡ୍ ଇଣ୍ଟରନେଟ ସଂଯୋଗ ହେତୁ, ଲୋକମାନେ ବସି ସମସ୍ତ କାର୍ଯ୍ୟ କରୁଛନ୍ତି, ଏବଂ ଖାଇବା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି | ଧୀରେ ଧୀରେ ଶାରୀରିକ କାର୍ଯ୍ୟକଳାପ କମିବାରେ ଲାଗିଛି | ଯେଉଁ କାରଣ ପାଇଁ ଶରୀରରେ ମେଦବହୁଳ ବଢ଼ିବାରେ ଲାଗିଛି | ବର୍ତ୍ତମାନ ଅଷ୍ଟ୍ରେଲିଆ ସମ୍ବନ୍ଧରେ ଏହି ଦାବି କରାଯାଇଛି, କିନ୍ତୁ ଏହା ସମସ୍ତଙ୍କ ପାଇଁ ପ୍ରଯୁଜ୍ୟ | କେବଳ ଏତିକି ନୁହେଁ, ହାଇ-ସ୍ପିଡ଼ ଇଣ୍ଟରନେଟ ସାଙ୍ଗ ଏବଂ ପରିବାର ବ୍ୟକ୍ତିଗତ ଭାବରେ ସକ୍ଷତ କରିବାର ଅବଶ୍ୟକତା ମଧ୍ୟ ହ୍ରାସ କରିଛି | ଯାହାଫଳରେ ସ୍ୱାସ୍ଥ୍ୟ ଉପରେ ସିଧାସଳଖ ପ୍ରଭାବ ପକାଉଛି |

ଅଷ୍ଟ୍ରେଲିଆରେ ପ୍ରକାଶିତ ତଥ୍ୟ ଅନୁସାରେ, ୨0ଦୁ ୨ ମସିହାରେ ଅଷ୍ଟ୍ରେଲିଆରେ ୬୫.୮ ପ୍ରତିଶତ ଲୋକ ମେଦବହୁଳର ଶିକାର ହୋଇଛନ୍ତି |

Leave a Reply

Your email address will not be published. Required fields are marked *