ଓଡିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଚକ୍ରଧାରୀ ଶରଣ ସିଂ ।
1 min readକଟକ ; ଓଡିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ବନିଲେ ଜଷ୍ଟିସ ଚକ୍ରଧାରୀ ଶରଣ ସିଂ । ରାଜ୍ୟପାଳ ରଘୁବାର ଦାଶ କରାଇଲେ ଶପଥ ପାଠ । ଆଜି ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ, ପୋଲିସ ଡିଜିଙ୍କ ସହ ବହୁ ବରିଷ୍ଠ ଅଧିକାରୀ ମାନେ ଯୋଗ ଦେଇଛନ୍ତି ।
ପାଟନା ହାଇକୋର୍ଟର ବିଚାରପତି ଦାୟିତ୍ୱ ତୁଳାଇବା ପରେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ ଚକ୍ରଧାରୀ ଶରନ ସିଂହଙ୍କୁ ନିଯୁକ୍ତି ମିଳିଛି । ୧୯୬୩ ମସିହା ଜାନୁଆରୀ ୨୦ ତାରିଖରେ ଜନ୍ମଗ୍ରହଣ କରିଥିବା ଜଷ୍ଟିସ୍ ଚକ୍ରଧାରୀ ଶରଣ ସିଂ ଏଲଏଲବିରେ ଡିଗ୍ରୀ କରିବା ପରେ ୧୯୯୦ ଅକ୍ଟୋବର ୩୦ ରୁ ଜଣେ ଭଲ ଓକଲ ଭାବେ କାମ କରିଆସୁଥିଲେ । ଏହାପରେ ୧୯୯୮ ମସିହାରେ କେନ୍ଦ୍ର ସରକାର ଅତିରିକ୍ତ ସ୍ଥାୟୀ ଆଇନଜୀବୀ ଭାବେ ନିଯୟକ୍ତି କରିଥିଲେ ଏବଂ ସେ ୨୦୦୧ ଯାଏଁ ଏହି ପଦରେ କାମ କରିଥିଲେ ।
ପରବର୍ତ୍ତୀ ସମୟରେ ସେ ପାଟନା ହାଇକୋର୍ଟରେ ଆକାଉଣ୍ଟାଣ୍ଟ ଜେନେରାଲ ଅଫିସ୍ ପକ୍ଷରୁ ମାମଲା ପରିଚାଳନା ପାଇଁ କମ୍ଫଟ୍ରୋଲର ଏବଂ ଅଡିଟର ଜେନେରାଲଙ୍କ ଦ୍ୱାରା ପ୍ୟରେନଲ ପରାମର୍ଶଦାତା ଭାବରେ ନିଯୁକ୍ତ ହୋଇଥିଲେ । ୨୦୧୦ ସେପ୍ଟେମ୍ବର ୮ ତାରିଖରୁ ସେ ସିନିୟର ଆଡଭୋକେଟ୍ ଭାବରେ ନିଯୁକ୍ତି ହୋଇଥିଲେ । ତାଙ୍କୁ ଅତିରକ୍ତି ଆଡଭୋକେଟ୍ ଜେନେରାଲ ଭବରେ ନିଯୁକ୍ତି କରାଯାଇଥିଲା । ୨୦୧୦ ଡିସେମ୍ବରରୁ ସେ ଅତିରିକ୍ତ ଜଜ୍ ଭାବରେ ପାଟନା ହାଇକୋର୍ଟରେ ୨୦୧୨ ମାର୍ଚ୍ଚ ୫ ଯାଏଁ କାର୍ଯ୍ୟରତ ଥିଲେ ।