ଫ୍ୟାମିଲି କୋର୍ଟକୁ ହାଇକୋର୍ଟର ନିର୍ଦ୍ଦେଶ : ଅକ୍ଟୋବର ୩୧ ସୁଦ୍ଧା ବର୍ଷା -ଅନୁଭବଙ୍କ ଛାଡପତ୍ର ଶେଷ !
1 min readଭୁବନେଶ୍ୱର : ବହୁ ଚର୍ଚ୍ଚିତ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ଏବଂ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ପାରିବାରିକ ମାମଲାରେ ବଡ ମୋଡ । ଅକ୍ଟୋବର ୩୧ ତାରିଖ ସୁଦ୍ଧା ମାମଲାର ଶେଷ ଶୁଣାନି କରିବାକୁ ହାଇକୋର୍ଟ ଦେଲା ନିର୍ଦ୍ଦେଶ । ୩ ମାସ ସୁଦ୍ଧା ଛାଡପତ୍ର ମାମଲାର ଶୁଣାଣି ସାରିବାକୁ ନିର୍ଦ୍ଦେଶ । ଆଜି ଫ୍ୟାମିଲି କୋର୍ଟକୁ ନିର୍ଦ୍ଦେଶ ଦେଇଛନ୍ତି ମାନ୍ୟବର ହାଇକୋର୍ଟ ।
ତେବେ ୪ ସପ୍ତାହ ମଧ୍ୟରେ ଜବାବ୍ ସୁଆଲ ସାରିବାକୁ ନିର୍ଦ୍ଦେଶ । ଜୁଲାଇ ୩୧ ସୁଦ୍ଧା ଜେରା ପ୍ରକ୍ରିୟା ଶେଷ କରିବାକୁ କହିଛନ୍ତି ମାନ୍ୟବର ଅଦାଲତ । ସେହିଭଳି ଅକ୍ଟୋବର ୩୧ ସୁଦ୍ଧା ମାମଲାର ଫଇସଲା ହୋଇପାରେ ବୋଲି ଖବର ମିଳିଛି ।