Pratidin TV

Odisha's Digital News Platform

ଉଚ୍ଚଶିକ୍ଷା ବିଭାଗର ନୂଆ ପଦକ୍ଷେପ : ରାଗିଂଙ୍କୁ ନେଇ ଜାରି କଲେ ନୂଆ ଗାଇଡଲାଇନ୍ ।

1 min read

ଭୁବନେଶ୍ୱର :ରାଜ୍ୟର ରାଗିଂ ରୋକିବା ପାଇଁ ଆଣ୍ଟିରାଗିଂ ଟିମ୍ ଥିବା ପରେ ମଧ୍ୟ ଅଧିକାଂଶ କଲେଜରେ ରାଗିଂର ଶିକାର ହୋଇଛନ୍ତି ଛାତ୍ରଛାତ୍ରୀ । ସେମାନଙ୍କୁ ମଧ୍ୟରୁ କେହି ଭୟରେ ପାଟି ଖୋଲିପାରିନି ତ କେହି ଆତ୍ମହତ୍ୟାକୁ ଆପଣେଇ ନେଇଛି । ତେବେ ଚଳିତ ବର୍ଷ ବିଜେପି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ରାଗିଂଙ୍କୁ ନେଇ ଆତ୍ମହତ୍ୟା ପରେ , ଗୋଟେ ପରେ ଗୋଟେ କଲେଜରୁ ଛୁଟିଥିଲା ରାଗିଂର ଅଭିଯୋଗ । ଏହାପରେ ଶିକ୍ଷାଅନୁଷ୍ଠାନରେ ରାଗିଂ ରୋକିବାକୁ ଉଚ୍ଚ ଶିକ୍ଷା ବିଭାଗ ଡତ୍ପରତା ଦେଖାଇଛି । ଆଗକୁ ନୂଆ ଶ୍ରେଣୀରେ ନୁଆ କଲେଜରେ ଆଡମିସନ ନେବେ ଅନେକ ଛାତ୍ରଛାତ୍ରୀ । ସେମାନଙ୍କ ସୁରକ୍ଷାକୁ ଆଖି ଆଗରେ ରଖି ଏପରି କଡା କାର୍ଯ୍ୟାକଥମ ଗ୍ରହଣ କରାଯାଇଛି । ଏନେଇ ସବୁ ୟୁନିଭର୍ସିଟି ଓ ଡିଗ୍ରୀ କଲେଜ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଲେ ଉଚ୍ଚ ଶିକ୍ଷା ସଚିବ ।

୧. ଆଡମିସନ୍ କରୁଥିବା ପିଲାଙ୍କୁ ଆଣ୍ଟି ରାଗିଂ ବିଷୟରେ ଜଣାଯିବାକୁ ନିର୍ଦ୍ଧେଶ ।
୨. ଅନଲାଇନ ଅଫଲାଇନରେ ଛାତ୍ର,ଅଭିଭାବକଙ୍କ ଅଣ୍ଡରଟେକିଂକୁ ବାଧ୍ୟତାମୂଳକ କରାଯିବ ।
୩.ଲିଫ୍‌ଲେଟ୍‌ରେ କିମ୍ବା କଲେଜ କାନ୍ଥରେ ହେଲ୍ପଲାଇନ ନଂ ଲେଖିବାକୁ ନିର୍ଦ୍ଧେଶ ।
୪. ସମସ୍ତ ଶିକ୍ଷାନୁଷ୍ଠାନରେ ସଚେତନତା କାର୍ଯ୍ୟକ୍ରମ ସହ ପିଲମାନଙ୍କୁ ସତର୍କକରାଯିବ ।
୫. କଲେଜ ମଧ୍ୟରେ ରାଗିଂ ପ୍ରମାନିତ ହେଲେ କିମ୍ବା ଏଥିପାଇଁ କେହି ଉସକାଉଥିଲେ ତାଙ୍କନାରେ ଏଫ୍‌ଆଇଆର୍ ଦିଆଯିବ । ଏପରିକି ଏଫ୍‌ଆଇଆର୍ ପଦକ୍ଷେପକୁ ଅପେକ୍ଷା ନକରି କଲେଜ ପ୍ରଥମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚ ଶିକ୍ଷା ବିଭାଗ ।

Advertisement

Leave a Reply

Your email address will not be published. Required fields are marked *