ହାଇଟ୍ରେକ୍ ଟ୍ରାଜେଡି ; ଆଖିବୁଜିଲେ ନିିଜକୁ ଦିଲ୍ଲୀପ କହୁଥିବା ବ୍ୟକ୍ତି , ଦୁଇ ପରିବାର ଭିତରୁ କିଏ ନେବ ମୃତଦେହ …
1 min readଭୁବନେଶ୍ୱର ; ହାଇଟେକ୍ ମେଡିକାଲ ବିସ୍ପୋରଣ ଟ୍ରାଜେଡି । କାଲି ନିଜକୁ ଦିଲ୍ଲୀପ ସାମନ୍ତରାୟ କହୁଥିବା ବ୍ୟକ୍ତି ଆଜି ହସ୍ପିଟାଲରେ ମୃତ । ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ତାଙ୍କ ମୃତ୍ୟୁ ହୋଇଛି। ଏନେଇ ହାଇଟେକ୍ ମେଡିକାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।
ତେବେ ଏହି ବିସ୍ପୋରଣରେ ବର୍ତ୍ତମାନ ୩ ଜଣଙ୍କର ମୃତ୍ୟୁ ଘଟିଛି । ସବୁଠୁ ଆଶ୍ଚର୍ଯ୍ୟକର କଥା ଗତକାଲି ଭେଣ୍ଟି ଲେଟରରୁ ବାହାରି ନିଜକୁ ଦିଲ୍ଲୀପ ବୋଲି ପ୍ରାମାଣ ଦେଇଥିବା ବ୍ୟକ୍ତି ହଠାତ୍ ଆଜି ସକାଳୂ ମୃତ । ଦିଲ୍ଲୀପଙ୍କୁ ଜ୍ୟୋତିରଞ୍ଜନ ଭାବି ଜ୍ୟୋତିଙ୍କ ପରିବାର ଲୋକେ ଦୀର୍ଘ ୬ ଦିନ ହେବ ମେଡିକାଲରେ ପଡିରହିଥିଲେ । କିନ୍ତୁ ଶେଷରେ ସେ ଜ୍ୟୋତି ନୁହଁ ଦିଲ୍ଲୀପ ବୋଲି ପ୍ରାମଣ ମିଳିଥିଲା । ଯାହା ଜ୍ୟୋତିଙ୍କ ପରିବାରକୁ ଶକ୍ତ ଝଟ୍କା ଦେଇଥିଲା । ସେହିପରି ଦିଲ୍ଲିପଙ୍କ ଘରେ ଦିଲ୍ଲୀପଙ୍କୁ ମୃତ ଭାବି ଜ୍ୟୋତିଙ୍କ ଶବର ଶେଷ କର୍ମ କରିଥିଲେ । ଯାହାକୁ ନେଇ ଗତକାଲି ହାଇଟେକ୍ ହସ୍ପିଟାଲ ସମ୍ମୁଖରେ ହାଇଡ୍ରାମା ଦେଖିବାକୁ ମିଳିଥିଲା । ତେବେ ଦିଲ୍ଲୀପଙ୍କ ମୃତ୍ୟୁ ପରେ ଏବେ ଦୁଇ ପରିବାରର ମଧ୍ୟରୁ କିଏ ଶବର ପ୍ରକୃତ ହକଦାର ତାକୁ ନେଇ ଦ୍ୱନ୍ଦ ସୃଷ୍ଟି ହୋଇଛି । ମୃତଦେହ ଚିହ୍ନଟ ପ୍ରକ୍ରିୟାକୁ ନେଇ ଜ୍ୟୋତି ମଲ୍ଲିକଙ୍କ ପରିବାର ଲୋକ ପ୍ରଶ୍ନ ଉଠାଇଛନ୍ତି। ଆମକୁ ଜ୍ୟୋତି ଦରକାର, ଜ୍ୟୋତିକୁ ତୁରନ୍ତ ଫେରାଅ ବୋଲି ପରିବାର ଲୋକ ଦାବି କରିଛନ୍ତି ।
ଅନ୍ୟପଟେ ଦିଲ୍ଲୀପଙ୍କ ମୃତ୍ୟୁକୁ ନେଇ ମଧ୍ୟ ହତ୍ୟା ସନ୍ଦେହ ବଢୁଛି । କାରଣ ଦିଲ୍ଲୀପ ଜ୍ୟୋତିଙ୍କୁ ନେଇ ଉପୁଜିଥିବା ବିବାଦରେ ହାଇଟେକ୍ ହସ୍ପିଟାଲକୁ ଦାୟ କରାଯାଉଥିବା ବେଳେ ମାମଲାକୁ ବରାବର କରିବା ପାଇଁ ଦିଲ୍ଲୀପଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ପରିବାର । ଗତ ୨୮ ତାରିଖରେ ହାଇଟେକ୍ ହସ୍ପିଟାଲ ଏସିରେ ଗ୍ୟାସ୍ ଭର୍ତ୍ତି ବେଳେ ବିସ୍ଫୋରଣ ଘଟି ୪ ଜଣ ଗୁରୁତର ହୋଇଥିବା ବେଳେ ଏବେ ଯାଏ ୩ ଜଣଙ୍କର ମୃତ୍ୟୁ ହୋଇଛି । ଆଉ ଜଣେ ଏବେ ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି।