Pratidin TV

Odisha's Digital News Platform

ହାଇୱା ସହ ଧକ୍କା ହୋଇ ରାସ୍ତା ତଳକୁ ଓଲଟିଲା ନାୟକ ବସ୍ : ୨ଗୁରୁତର ୩୦ ଆହତ

ଆଳି : ସକାଳୁ ସକାଳୁ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏକ ହାଇୱା ସହ ଫିଟି ହୋଇ ରାସ୍ତା ତଳକୁ ଓଲଟିଲା ଯାତ୍ରୀବାହି ବସ୍ । ଫଳରେ ଘଟଣା ସ୍ଥଳରେ ୩୦ ଜଣ ଆହତ ହୋଇଥିବା ବେଳେ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି ।

ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳ ସମୟରେ ନାୟକ ନାମକ ଏକ ଘରୋଇ ବସ୍ ପ୍ରାୟ ୭୦ ଜଣ ଯାତ୍ରୀଙ୍କୁ ଧରି ଚାନ୍ଧବାଲିରୁ କଟକ ଅଭିମୁଖେ ବାହାରିଥିଲା । ବାଟରେ ଆସୁଥିବା ସମୟରେ ଛଅପୋଲିଆ ଛକ ନିକଟରେ ସାମ୍ନା ପଟୁ ଆସୁଥିବା ଏକ ହାଇୱା ବସ୍‌ଟିକୁ ଧକ୍କା ଦେଇଥିଲା । ଫଳରେ ଉଭୟ ଗାଡି ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟିପଡିଥିଲେ।

ଘଟଣା ସ୍ଥଳରେ ସ୍ଥାନୀୟ ଲୋକେ ପହଞ୍ଚି ଯାତ୍ରୀ ମାନଙ୍କୁ ଗାଡିରୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ଆଳି ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ବସ୍‌ରେ ପ୍ରାୟ ୭୦ ଜଣ ଯାତ୍ରୀ ଥିବା ବେଳେ ସେମାନଙ୍କ ମଧ୍ୟରୁ ୩୦ ଜଣ ଆହତ ହୋଇଛନ୍ତି । ଏବଂ ଦୁଇ ଜଣଙ୍କ ଅବସ୍ଥା ମଧ୍ୟ ଗୁରୁତର ରହିଛି । ଅନ୍ୟପଟେ ହାଇୱା ଡ୍ରାଇଭର ଏବଂ ହେଲପର୍ ଦୁହେଁ ସୁରକ୍ଷିତ ଥିବା ଜଣାପଡିଛି । ଆଳି ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *