Pratidin TV

Odisha's Digital News Platform

ହିମାଚଳ ସରକାରଙ୍କ ବଡ ନିଷ୍ପତ୍ତି; ଏଣିକି ବିନା ଅନୁମତିରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ହୋଇପାରିବନି ରିଲିଜ

1 min read

Himachal Govt's Big Decision; Photos of the Chief Minister cannot be released without permission

ହିମାଚଳ ପ୍ରଦେଶ ସମୋସା ଘଟଣା ଘଟିବା ପରେ ସରକାର ନେଇଛନ୍ତି ବଡ ନିଷ୍ପତ୍ତି | ଏବେ ନିଷ୍ପତ୍ତି ଅନୁଯାୟୀ, ଏବେ ବିନା ଅନୁମତିରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ସେୟାର କରାଯାଇପାରିବ ନାହିଁ | ଫଟୋ ପ୍ରଥମେ ସମସ୍ତ ସରକାରୀ ବିଭାଗ କିମ୍ବା ଏଜେନ୍ସି ଗୁଡିକୁ ଯାଞ୍ଚ କରିବାକୁ ପଡ଼ିବ ଏବଂ ଅନୁମତି ମିଳିବ ପରେ ତାହା ସେୟାର କରାଯାଇପାରିବ |

ସଚିବ ଏବଂ ବିଭାଗୀୟ ମୁଖ୍ୟଙ୍କୁ ଚିଠି ଜାରି କରାଯାଇଛି | ଏହା ଜାରି କରି ଡିଜିପି କହିଛନ୍ତି ଯେ ଫଟୋ ପୂର୍ବ ଅନୁମୋଦନ ବିନା ଗଣମାଧ୍ୟମରେ ପ୍ରକାଶ କରଯାଇପାରିବ ନାହିଁ | ଏହାର ମୂଳ କାରଣ ହେଉଛି ମୁଖ୍ୟମନ୍ତ୍ରୀଙ୍କ ଚେହେରାକୁ ସର୍ବସମ୍ମୁଖରେ ମଳିନ କରିବାର ଆଶଙ୍କା ରହୁଛି | ବିନା ଅନୁମତିରେ ଫଟୋ ସେୟାର କରିବା ଦ୍ଦ୍ୱାରା ଉଭୟ ମ୍ମୁଖ୍ୟମନ୍ତ୍ରୀ ଓ ସରକାରଙ୍କ ଛବିକୁ ଖରାପ କରିପାରେ ତେଣୁ ଏହିପରି ନିଷ୍ପତ୍ତି ନେଇଛି ହିମାଚଳ ସରକାର |

Advertisement

ତେବେ ଏପରି ନିଷ୍ପତ୍ତି ନେବାର କାରଣ ହେଉଛି, ଅକ୍ଟୋବର ୨୧ ତାରିଖ ଦିନ ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ | ସ୍ଥର ମୁଖ୍ୟମନ୍ତ୍ରୀଙ୍କୁ ପରସା ଯିବା ସିଙ୍ଗଡ଼ା ବା ସମୋସା କୁ ମୁଖ୍ୟମନ୍ତ୍ରୀଙ୍କ ସିକ୍ୟୁରିଟିକୁ ଭୁଲରେ ଦିଆହୋଇଯାଇଥିଲା | ଏହାପରେ ଏହି ମାମଲାରେ ସିଆଇଡି ଯାଞ୍ଚ କରିବା ଆରମ୍ଭ କରିଥିଲା | କିନ୍ତୁ ଏନେଇ ବିବାଦ ସୃଷ୍ଟି ହେବାରେ ଲାଗିଥିଲା | ଶନିବାର ଦିନ ଭାରତୀୟ ଜନତା ଯୁବ ମୋର୍ଚ୍ଚା ପକ୍ଷରୁ ସମୋସା ମୋର୍ଚ୍ଚା କରାଯାଇଥିଲା | ସେମାନେ ମୁଖ୍ୟମନ୍ତ୍ରୀଙ୍କ ଫଟୋକୁ ପରିହାସ କରିଲା ପରି ପରିବଏହଂ କରିଥିଲେ | ତେଣୁ ଏହିପରି ନିଷ୍ପତ୍ତି ନେଇଛି ହିମାଚଳ [ପ୍ରଦେଶର ସରକାର |

Leave a Reply

Your email address will not be published. Required fields are marked *