Pratidin TV

Odisha's Digital News Platform

(ଭିଡିଓ) ମୃତ୍ୟୁର ସୁଅକୁ ପାର କରି ବର୍ତ୍ତିଲା ଜୀବନ : ସାମ୍ନାକୁ ଆସିଲା ବ୍ୟାସ ନଦୀ ରେସ୍କ୍ୟୁ ସମୟର ଦୃଶ୍ୟ …..

1 min read

ନୂଆଦିଲ୍ଲୀ : ଦେଶରେ ଚାଲିଥିବା ବାଦଲ ଫଟା ବର୍ଷା ଯୋଗୁ ହିମାଚଳ –ଉତ୍ତରାଖଣ୍ଡ ପରି ପାହାଡିଆ ଅଞ୍ଚଳରେ ବନ୍ୟା ଓ ଭୂସ୍କଳନ ପରିସ୍ଥିତି ଉପୁଜିଛି । ଏମିତିକି ପ୍ରବଳ ଜଳ ପ୍ରବାହରେ ରାସ୍ତା ଘାଟ ଓ ନଦୀ ମଧ୍ୟ ଧୋଇହୋଇ ଯାଇଥିବା ବେଳେ ହିମାଚଳର ମାଣ୍ଡି ଜିଲ୍ଲାରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିଛି ଏନଡିଆରଏଫ୍ ଟିମ୍ । ଯାହାର ଛାତି ଥରା ଦୃଶ୍ୟ ବର୍ତ୍ତମାନ ସାମ୍ନାକୁ ଆସିଛି । କିଭଳି ମୃତ୍ୟୁର ନଦୀ ପାର କରି ଲୋକମାନଙ୍କ ଜୀବନ ବଞ୍ଚ। ଇଛି ଏନଡିଆରଏଫ୍ ଟିମ୍ ।

ସୂଚନା ଅନୁଯାୟୀ ଜୁଲାଇ ୯ ତାରିଖ ଅର୍ତାତ୍ ରବିବାର ରାତିରେ ମାଣ୍ଡି ଜିଲ୍ଲାର ନାଗୱାଇନ୍ ଗ୍ରାମରେ କିଛି ଲୋକ ବ୍ୟାସ ନଦୀ ବନ୍ୟା ଜଳରେ ଫସିରହିଥିଲେ । ଯାହାର ସାହାଯ୍ୟ ପାଇଁ ଘଊଜୠ ଦଳକୁ ପଠାଯାଇଥିଲା । ହେଲେ ନଦୀର ସ୍ରୋତ ବା ପ୍ରବାହ ଏତେ ଜୋର ଥିଲା ଯେ ସେଠାରେ କୌଣସି ବୋଟ୍ ଦ୍ୱାରା ଲୋକଙ୍କୁ ନଦୀ ପାର କରାଇବା ଅସମ୍ଭବ ଥିଲା । ତେବେ ନିଜର ବୁଦ୍ଧି ଖଟାଇ ଟିମ୍ ଏକ ରଶି ସାହାର୍ଯ୍ୟରେ ମୃତ୍ୟୁର ନଦୀକୁ ପାର କରି ଲୋକମାନଙ୍କୁ ପୁନଃ ସେଇ ରଶି ସାହାର୍ଯ୍ୟରେ ଉଦ୍ଧାର କରିଥିଲା । ଘଡଘଡି ସାଙ୍ଗକୁ ବିଜୁଳି ଆକାଶକୁ ଚମାକାଇ ଦେଉଥିବା ବେଳେ ନଦୀର ପ୍ରଖର ଜଳ ସ୍ରୋତ ଲୋକମାନଙ୍କ ଛାତି ଥରାଇ ଦେଉଥିଲା । ସେଇ ମୃତ୍ୟୁର ସୁଅକୁ ପାର କରିବାକୁ ଥିଲା କେବଳ ଏକ ରଶି ଯାହାର ଉଭୟ ପାଶ୍ୱକୁ ଜାବୁଡି ଧରି ଲୋକମାନଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲା ଟିମ୍ । ତେବେଏହି ଉଦ୍ଧାର ସମୟରେ ଚତ୍ମକାର ଦୃଶ୍ୟ ସାମ୍ନାକୁ ଆସିଛି ।

ଏହି ଭିଡିଓଟିକୁ ଏନଆଇ ନିଜ ଟ୍ୱିଟର ପେଜରେ ସେୟାର କରିଥିଲା । ଅନ୍ୟପଟେ ଏହି ହିମାଚଳ ମାଣ୍ଡି ନଦୀର ଜଳପ୍ରବାହ ଏତେ ପ୍ରଖର ଥିଲା ଯେ ଏହା ଭିକ୍ଟୋରିଆ ବ୍ରିଜ୍ ମଧ୍ୟ ଭାଙ୍ଗିଦେଇଥିଲା । ଏଠାରେ ଥିବା ପଞ୍ଚଓଖର ମନ୍ଦିର ଏବଂ ଅନ୍ୟାନ ସେତୁ ମଧ୍ୟ କ୍ଷତିଗ୍ରସ୍ଥ ହୋଇଥିଲା । ତେବେ ହିମାଚଳ ପ୍ରଦେଶର ଏହି ବର୍ଷା କୁଲୁ ସମେତ ଅନ୍ୟାନ ସ୍ଥାନରେ ମଧ୍ୟ ଧନ ଜୀବନ ନଷ୍ଟ କରିଛି ।

Leave a Reply

Your email address will not be published. Required fields are marked *