ନିଆରା ପ୍ରେମର ନିଚ୍ଛକ ଉଦାହରଣ , ମୃତ୍ୟୁ ପରେବି ୪୮ ଘଣ୍ଟା ପର୍ଯ୍ୟନ୍ତ ମାଲିକକୁ ଜଗି ବସିଲା କୁକୁର…
1 min readସେ କୁକୁର ହେଲେ କଣ ହେଲା । ତା ପାଖରେବି ଅଛି ମାଲିକ ପ୍ରତି ଅଜସ୍ର ଭଲପାଇବା । ଆଜିକାଲି ମଣିଷ ବିଶ୍ୱାସଘାତ କରୁଥିବା ବେଳେ ସମସ୍ତଙ୍କ ପାଇଁ କୁକୁର ପାଲଟିଛି ଉଦାହରଣ । ଆଜି ପୁଣି ଥରେ ବିଶ୍ୱାସ ଭଲପାଇବାକୁ ପ୍ରମାଣ ଦେଇଛି କୁକୁର । ଶେଷ ମୁହୂର୍ତ୍ତରେ ବି ମାଲିକର ହାତ ଛାଡିନି କୁକୁର । ମୃତ୍ୟୁ ପରେ ମାଲିକକୁ ବଞ୍ଚାଇବାକୁ କରିଛି ଅପ୍ରାଣ ଉଦ୍ୟମ । ତା ନିରୀହ ଆଖିରେ ଅସୁମାରି ପ୍ରଶ୍ନ, ଅସରନ୍ତି ଆଶା । ଯାଉଣୁ ଆସୁଣୁ ବୁଲିବୁଲି ଅନାଉଛି , କାଳେ କେହି ତା ଡାକ ଶୁଣି ଦେବେକି ତା ମାଲିକକୁ ଆସି ଉଦ୍ଧାର କରିଦେବିକି ? ଏମିତି ଭାବି ଲଗାତାର ୪୮ ଘଣ୍ଟା ପର୍ଯ୍ୟନ୍ତ ଭୁକିଚାଲିଥିଲା କୁକୁର । ଭୁକି ଭୁକି ଥକି ଯାଉଥିଲା , ତଣ୍ଟି ଶୀଥିଳ ପଡିଯାଉଥିଲା । ତଥାପି ସେ ହାର ମାନିନଥିଲା ସେମିତି ଭୁକି ଚାଲିଥିଲା ଯେ ପର୍ଯ୍ୟନ୍ତ କେହି ତା ମାଲିକ ପାଖକୁ ସାହାଯ୍ୟ ପାଇଁ ଆସିନାହାନ୍ତି । ତେବେ ଏପରି ଘଟଣା ଦେଖିବାକୁ ମିଳିଛି ହିମାଚଳ ପ୍ରଦେଶରେ ।
ପର୍ବତ ଚଢିବା ସମୟରେ ଦୁଇ ପର୍ବତାରୋହୀ ଖସି ପଡି ତାଙ୍କର ମୃତ୍ୟୁ ହୋଇଯାଇଥିଲା । ସେମାନଙ୍କର ମୃତ୍ୟୁ ହୋଇଯାଇଥିଲେ ବି ସାଥୀରେ ଥିବା ତାଙ୍କ କୁକୁର ତାଙ୍କ ସାଥ୍ ଛାଡିନଥିଲା । ୪୮ ଘଣ୍ଟା ପର୍ଯ୍ୟନ୍ତ ସେ ସେଇ ସ୍ଥାନରେ ଜଗି ବସିଥିଲା । ଆଉ ସେହି ସ୍ଥାନରେ ବସି ରହି ସାହାଯ୍ୟ ପାଇଁ ଅନବରତ ଭୁକି ଚାଲିଥିଲା । ତେବେ ସେହି କୁକୁରର ଭୁକିବା ଶବ୍ଦ ଶୁଣି ସେଠାରେ ପହଞ୍ଚି ଥିଲେ ଉଦ୍ଧାରକାରୀ ଦଳ । ଆଉ ସେମାନେ ଯାହା ଦେଖିଲେ , ତାକୁ ଦେଖି ସେମାନେ ପୁରାପୁରି ସ୍ତବ୍ଧ ହୋଇଯାଇଥିଲେ । ଏହି ଦୃଶ୍ୟକୁ ଦେଖିବା ପରେ ସମସ୍ତଙ୍କ ଆଖିରେ ଲୁହ ଆସିଯାଇଥିଲା । ଦୁଇ ମୃତ ପର୍ବତାରୋହୀ ହେଉଛନ୍ତି ଅଭିନନ୍ଦନ ଗୁପ୍ତା ଓ ପ୍ରଣିତା ୱାଲା । ଅଭିନନ୍ଦନଙ୍କ ଘର ପଞ୍ଜାବର ପଠାନକୋଟରେ ହୋଇଥିବା ବେଳେ ପ୍ରଣିତା ପୁଣେରେ ରହୁଥିଲେ । ଟ୍ରେକିଂ ବେଳେ ଖସି ପଡ଼ିବାରୁ ସେମାନଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି । ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ଜଣାପଡିବ ।
ସମୁଦ୍ର ପତନ ଠାରୁ ପ୍ରାୟ ୫ ହଜାର ଫୁଟ ଉପରେ ବିର ବିଲ୍ଲିଙ୍ଗ ରହିଛି । ଏଠାକୁ ନିୟମିତ ଭାବେ ପର୍ଯ୍ୟଟକ ଓ ପର୍ବତାରୋହୀମାନେ ଆସନ୍ତି । ଅଭିନନ୍ଦନ ଉକ୍ତ ଅଞ୍ଚଳରେ ଟ୍ରେକିଂ ଓ ପାରାଗ୍ଲିଡିଂ ପାଇଁ ପ୍ରାୟ ୪ ବର୍ଷ ହେଲା ରହୁଥିଲେ । କିଛି ଦିନ ତଳେ ଟ୍ରେକିଂ ପାଇଁ ପୁଣେରୁ ପ୍ରଣିତା ଆସିଥିଲେ । ତୁଷାରପାତ ପରେ ଉଭୟ ଟ୍ରେକିଂରେ ବାହାରି ଯାଇଥିଲେ । କାଙ୍ଗତରା ଜିଲ୍ଲାର ପୁଲିସ୍ ମୁଖ୍ୟ ବୀର ବାହାଦୂରଙ୍କ ସୂଚନାନୁଯାୟୀ ୪ ଜଣ ମିଳିତ ଭାବେ ଟ୍ରେକିଂ ପାଇଁ ଯାଇଥିଲେ । ତେବେ ବରଫପାତ ଯୋଗୁ ସେମାନେ ଯାଇଥିବା କାର ଆଗକୁ ଯାଇ ନଥିଲା । ତେଣୁ ୪ ଜଣ ଯାକ ଚାଲି ଚାଲି ଯାଉଥିବା ବେଳେ ହଠାତ୍ ପାଗରେ ପରିବର୍ତ୍ତନ ହୋଇଥିଲା । ତେଣୁ ସେମାନଙ୍କ ମଧ୍ୟରୁ ୨ ଜଣ ଆଗକୁ ନ ଯାଇ ଅନ୍ୟମାନଙ୍କ ସହାୟତାରେ ସୁରକ୍ଷିତ ସ୍ଥାନକୁ ଚାଲି ଆସିଥିଲେ । ତେବେ ଅଭିନନ୍ଦନ ଓ ପ୍ରଣିତା ଦୁଇଜଣ ଆଗକୁ ବଢିଥିଲେ । କୁକୁରଟି ମଧ୍ୟ ସେମାନଙ୍କ ସହ ଯାଇଥିଲା । ଦୀର୍ଘ ସମୟ ଧରି ସେମାନେ ନ ଫେରିବାରୁ ସମସ୍ତେ ବ୍ୟସ୍ତ ହୋଇ ପୋଲିସରେ ମାମଲା ଦାୟର କରିଥିଲେ । ପରେ ଉଦ୍ଧାରକାରୀ ଟିମ ସର୍ଚ୍ଚ ଅପରେସନରେ ବାହାରି ପଡ଼ିଥିଲା ।
ଉଦ୍ଧାରକାରୀ ଟିମ ଅନେକ ସ୍ଥାନ ଖୋଜିବା ପରେ ଦୀର୍ଘ ୪୮ ଘଣ୍ଟା ପରେ ଦୁଇଜଣଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରିଥିଲା । ତେବେ ପୋଲିସ ଶବ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିଦେଇଛି । ପ୍ରଣିତା ଏବଂ ଅଭିନ୍ଦନଙ୍କ ଶବ ଉଦ୍ଧାର ହୋଇଥିବା ସ୍ଥାନଟି ବରଫା ବୃତ ଏବଂ ବହୁତ ଖସଡା । ତେଣୁ ଟ୍ରାକିଂ ବେଳେ ଗୋଡ ଖସିଯବାରୁ ତଳେ ପଡି ମୃତବରଣ କରିଥିବା ଆଶଙ୍କା କରାଯାଉଛି ।