Pratidin TV

Odisha's Digital News Platform

ଟିକେଟ ଦେଲାନି ଦଳ , ବିଜେପିରୁ ଇସ୍ତଫା ଦେଲେ ଯୁବନେତା ହିମାଂଶୁ ଶେଖର ସାହୁ ..

1 min read

ରାଜନୀତିରେ ଘଡିକେ ଘୋଡା ଛୁଟୁଛି । ଆଜି ନେତା ଗୋଟିଏ ଦଳରେ ଥିବାବେଳେ ସେମାନେ ଆଉ ଗୋଟିଏ ଦଳରେ ସାମିଲ ହେଉଛନ୍ତି । ନିଜ ସମର୍ଥକଙ୍କୁ ନୂଆ ଦଳରେ ସାମିଲ କରାଉଛନ୍ତି । ଯାହାକି ରାଜନୀତିକୁ ଆହୁରି ରୋଚକ କରଛି । ତେବେ ଏହାରି ମଧ୍ୟରେ ବିଜେପି ଛାଡିଲେ ଧର୍ମଶାଳାର ଯୁବନେତା ହିମାଂଶୁ ଶେଖର ସାହୁ। ବିଜେପି ନେତା ହିମାଂଶୁ ଶେଖର ସାହୁ ବିଜେପି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ହିମାଂଶୁ ଶେଖର ସାହୁ ସ୍ୱାଧୀନ ପ୍ରାର୍ଥୀ ଭାବେ ନିଜର ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ଆଜି ବିଜେପିରୁ ଇସ୍ତଫା ଦେଇଛନ୍ତି । ସୂଚନାନୁଯାୟୀ ହିମାଂଶୁ ଶେଖର ସାହୁ ନିର୍ବାଚନ ପୂର୍ବରୁ ଧର୍ମଶାଳାରେ ନିଜର ସଙ୍ଗଠନ ପସ୍ତୁତ କରିଥିଲେ , ହେଲେ ବିଜେପି ତାଙ୍କୁ ଅଣଦେଖା କରି ଟିକେଟ ଦେଇନଥିଲା ।

ହିମାଂଶୁଙ୍କ ବଦଳରେ ସ୍ମୃତିରେଖା ପହିଙ୍କୁ ବିଜେପି ଟିକେଟ ଦେଇଥିଲା। ଯାହା ପରେ ହିମାଂଶୁଙ୍କ ସମର୍ଥକ ବିଜେପିର ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚି ହଙ୍ଗାମା କରିଥିଲେ। ସ୍ମୃତିରେଖାଙ୍କ ବଦଳରେ ହିମାଂଶୁଙ୍କୁ ଟିକେଟ ପାଇଁ ସମର୍ଥକ ମାନେ ଅଡି ବସିଥିଲେ। ଏହାପରେ ରାଜ୍ୟ ବିଜେପି ସଭାପତି ହିମାଂଶୁଙ୍କ ସମର୍ଥକଙ୍କୁ ଆଶ୍ବାସନା ଦେଇ ସେମାନଙ୍କ କଥା ବିଚାରକୁ ନିଆଯିବ ବୋଲି କହିଥିଲେ। ହେଲେ କିଛି ହୋଇନଥିଲା। ଶେଷରେ ସେ ଗତକାଲି ସ୍ୱାଧୀନ ପ୍ରାର୍ଥୀ ଭାବେ ନିଜର ନାମାଙ୍କନ ପତ୍ର ଦାଖଲ କରି ଆଜି ବିଜେପିରୁ ଇସ୍ତଫା ଦେଇଛନ୍ତି ।

Advertisement

Leave a Reply

Your email address will not be published. Required fields are marked *