Pratidin TV

Odisha's Digital News Platform

ଧର୍ମଶାଳାରେ ବାଜି ମାରିନେଲେ ସ୍ୱାଧୀନ ପ୍ରାର୍ଥୀ ହିମାଂଶୁ ଶେଖର ସାହୁ ..

1 min read

ଧର୍ମଶାଳାରେ ବାଜି ମାରିନେଲେ ସ୍ୱାଧୀନ ପ୍ରାର୍ଥୀ ହିମାଂଶୁ ଶେଖର ସାହୁ । ହିମାଂଶୁ ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଣବ ବଳବନ୍ତରାୟଙ୍କୁ ପରାସ୍ତ କରିଛନ୍ତି । ସେ ୩୧ ଶହ ଭୋଟ୍‌ରେ ପ୍ରଣବ ବଳବନ୍ତରାୟଙ୍କୁ ପରାଜିତ କରିଛନ୍ତି । ସେହିପରି ବିଜେପି ପ୍ରାର୍ଥୀ ସ୍ମୃତିରେଖା ପହି ତୃତୀୟ ସ୍ଥାନରେ ରହିଛନ୍ତି। ବିଜୟୀ ହେବା ପରେ ହିମାଂଶୁଙ୍କ ସମର୍ଥକଙ୍କ ଭିତରେ ଖୁସିର ଲହରୀ ଖେଳି ଯାଇଛି।

ଧର୍ମଶାଳା ନିର୍ବାଚନମଣ୍ଡଳୀରୁ ବିଜେପିରୁ ହିମାଂଶୁ ଶେଖର ସାହୁ ପ୍ରାର୍ଥୀ ହେବା ପାଇଁ ଆଶାୟୀ ଥିଲେ। ହେଲେ ତାଙ୍କୁ ନିରାଶ କରି ସ୍ମୃତିରେଖା ପହିଙ୍କୁ ପ୍ରାର୍ଥୀ କରିଥିଲା ବିଜେପି। ଯାହାକୁ ନେଇ ହିମାଂଶଙ୍କ ସମର୍ଥକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ବାରମ୍ୱାର ପ୍ରାର୍ଥୀ କରିବା ପାଇଁ ବିଜେପି ରାଜ୍ୟ ସଭାପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏପରି ବିଜେପି ରାଜ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଧାରଣ ଦେଇଥିଲେ। ହେଲେ ନିରାଶ ହୋଇଥିଲେ। ବିଜେପି ନେତୃମଣ୍ଡଳୀଙ୍କଠାରୁ ନିରାଶ ହେବା ପରେ ହିମାଂଶୁ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିଥିଲେ।ଏବେ ସେ ବିଜୟୀ ମଧ୍ୟ ହୋଇଛନ୍ତି ।

Advertisement

Leave a Reply

Your email address will not be published. Required fields are marked *